Latest Odisha News

BREAKING NEWS

ଗଣିତ ଖେଳ : ଆସ ଦେଖିବା ସଂଖ୍ୟା

ଗଣିତ କହିଲେ ସଂଖ୍ୟାର ଖେଳ । ସଂଖ୍ୟାକୁ ଚିହ୍ନିଲେ ହିଁ ଗଣିତକୁ ଭଲ କରି ବୁଝିହେବ । ସଂଖ୍ୟାକୁ ଦେଖିପାରିଲେ ଆମେ ଗଣିତ ସମୀକରଣକୁ ବି ଦେଖିପାରିବା । କଳାପଟା ରେ କି ଖାତାରେ ୧, ୨, ୩, ୪…. ଭଳି ପୂର୍ଣ ସଂଖ୍ୟା ଲେଖିଲା ବେଳେ ଆମେ ଏହାକୁ କେବଳ ଗୋଟିଏ ଚିହ୍ନ ଭାବରେ ଲେଖେ । ସଂଖ୍ୟାକୁ ନେଇ ମିଶାଣ, ଫେଡାଣ, ହରଣ କି ଗୁଣନ କରିବା ବେଳେ ବି ଆମେ ଭିନ୍ନ ଭିନ୍ନ ଚିହ୍ନ ବ୍ୟବହାର କରେ । ଏସବୁ ହେଉଛି ସଂଖ୍ୟାର ଅବାସ୍ତବ ରୂପ ।

ତେବେ ସଂଖ୍ୟା କହିଲେ ଅସଲରେ କଣ । ଏହାକୁ ବାସ୍ତବରେ କିଭଳି ଦେଖିପାରିବା । ଯେମିତିକି ସଂଖ୍ୟା ୪ କି ୬, ଏସବୁକୁ କେମିତି ଦେଖାଇପାରିବା । ଅସଲରେ ସଂଖ୍ୟାକୁ ରୂପ ଦେବାକୁ ହେଲେ ଏହାକୁ ବିଭିନ୍ନ ପରିମାଣ, ଆୟତନ ବା କ୍ଷେତ୍ରଫଳର ଆକାର ଦେବାକୁ ପଡିବ ।

ଗୋଟିଏ ବର୍ଗାକାର କାଗଜ ନିଅ । ଏହାକୁ ଲମ୍ବାପଟରେ ୮ପରସ୍ତ କରି ଭାଙ୍ଗି ଖୋଲିଦିଅ । ଏବେ ଓସାର ପଟରେ ମଧ୍ୟ ସେହି କାଗଜକୁ ୮ପରସ୍ତ ଭାଙ୍ଗି ଖୋଲିଦିଅ । ଦେଖିବା କାଗଜ ଉପରେ ୬୪ଟି ଛୋଟ ଛୋଟ ବର୍ଗାକାର ତିଆରି ହୋଇ ଯାଇଛି ।

ଏବେ କାଗଜକୁ କୋଣରୁ କୋଣ ଭାଙ୍ଗି ଦିଅ । ଆମକୁ ଗୋଟିଏ ବଡ ସମକୋଣୀ ତ୍ରିଭୁଜ ମିଳିବ । ଏହି ସମକୋଣୀ ତ୍ରିଭୂଜକୁ ଦେଖ ଉପର କୋଣ ପାଖରେ ଗୋଟିଏ ଛୋଟ ବର୍ଗ ରହିଛି । ତା ତଳେ ରହିଛି ଦୁଇଟି ବର୍ଗ । ତା ତଳକୁ ୩ଟି ବର୍ଗ, ୪ଟି ବର୍ଗ, ୫ଟି ବର୍ଗ, ୬ଟି ବର୍ଗ ଏବଂ ଶେଷରେ ତ୍ରିିଭୂଜର ଭୂମି ଉପରେ ରହିଛି ୭ଟି ବର୍ଗ ।

ଆମକୁ ୧, ୨, ୩, ….. ୭ ସଂଖ୍ୟାର ଏକ ସିରିଜ ମିଳିଲା । ଆମେ ଦେଖିପାରିବା କେମିତି ଗୋଟିଏ ସଂଖ୍ୟା ଆଉ ଗୋଟିଏ ସଂଖ୍ୟାଠାରୁ ବଡ ବା ସାନ ।

ଆମେ ଯଦି ବଡ କାଗଜ ନେଇ ୮ପରସ୍ତ ବଦଳରେ ୧୬ ପରସ୍ତ କରି ଭାଙ୍ଗି ପାରିବା, ତେବେ ଆମକୁ ଆହୁରି ବଡ ସଂଖ୍ୟାର ସିରିଜ ମିଳିବ ।

Comments are closed.