ନୂଆଦିଲ୍ଲୀ: ଅନେକ ସମୟରେ ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କୁ ତାଙ୍କ ପିତା ଅମିତାଭ୍ ବଚ୍ଚନ ସହିତ ତୁଳନା କରାଯାଉଛି। ସେ ତାଙ୍କ ଅଭିନୟକୁ ନେଇ ହେଉ ବା ତାଙ୍କ ସ୍ୱର। ତେବେ ଏହି କାରଣରୁ ଅଭିଷେକଙ୍କୁ ବହୁ କ୍ଷତି ସହିବାକୁ ମଧ୍ୟ ପଡିଛି। ନିକଟରେ ଅଭିଷେକ ଏକ ବିବୃତ୍ତିରେ କହିଛନ୍ତି ଯେ ତାଙ୍କ ପିତା ତାଙ୍କୁ ଆଗକୁ ବଢିବାରେ କେବେ ସାହାଯ୍ୟ କରିନାହାଁନ୍ତି। ସେ ନିଜେ ଦକ୍ଷତା ବଳରେ ଆଗକୁ ବଢିଛନ୍ତି।
୨୦୦୦ ମସିହାରେ ଚଳଚ୍ଚିତ୍ର ‘ରିଫ୍ୟୁଜି’ ସହିତ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଅଭିଷେକ କହିଛନ୍ତି ଯେ ଜଣେ ଅଭିନେତାଙ୍କୁ ଦର୍ଶକ ଗ୍ରହଣ କରିବା ତାଙ୍କର ଦୀର୍ଘ ସମୟର କ୍ୟାରିୟରର ଉପରେ ନିର୍ଭର କରେ। ନେପୋଟିଜମ୍ ବିଷୟରେ ଅଭିଷେକ ବଚ୍ଚନ କହିଛନ୍ତି ଯେ ତାଙ୍କ ପିତା ତାଙ୍କୁ କାମ ଦେବା ପାଇଁ କେବେ ବି କାହା ପାଖରେ ଓକିଲାତି କରିନାହାଁନ୍ତି।
ଅଭିଷେକ କହିଛନ୍ତି, “ସେ ମୋ ପାଇଁ କୌଣସି ଫିଲ୍ମ କରିନାହାଁନ୍ତି। ବରଂ ମୁଁ ତାଙ୍କ ପାଇଁ ‘ପା’ ଫିଲ୍ମ ପ୍ରସ୍ତୁତ କରିଛି। ସେ କହିଛନ୍ତି, ଲୋକଙ୍କୁ ବୁଝିବାକୁ ପଡିବ ଯେ ଏହା ଏକ ବ୍ୟବସାୟ।
Comments are closed.