ଓ୍ୱାଶିଂଟନ୍: ଚାରି ଦିନ ପରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ପାଇଲା ନୂଆ ରାଷ୍ଟ୍ରପତି । ବାଜି ମାରିଲେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍ । ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ବିଜୟୀ ହୋଇଛନ୍ତି ୭୭ ବର୍ଷୀୟ ବାଇଡେନ୍ । ମ୍ୟାଜିକ ନମ୍ବର ୨୭୦ ଥିବା ବେଳେ ବାଇଡେନଙ୍କୁ ୨୭୬ ଇଲେକ୍ଟୋରାଲ୍ ଭୋଟ ମିଳିଥିବା ବେଳେ ଟ୍ରମ୍ପଙ୍କୁ ମିଳିଛି ୨୧୪ ଇଲେକ୍ଟୋରାଲ୍ ଭୋଟ୍ ।
ଆମେରିକାର ୪୬ତମ ରାଷ୍ଟ୍ରପତି ଜୋ ବିଡେନ୍
ଜୋ ବାଇଡେନ୍ ହେବେ ଆମେରିକାର ୪୬ତମ ରାଷ୍ଟ୍ରପତି । ଆମେରିକା ସବୁଠାରୁ ବୟସ୍କ ରାଷ୍ଟ୍ରପତି ଭାବରେ ହ୍ୱାଇଟ୍ ହାଉସ୍ ଯିବେ । ଫଳାଫଳ ଆସିବା ପରେ ଆମେରିକାବାସୀ ଶାନ୍ତ ରହିବାକୁ ଅପିଲ କରିଛନ୍ତି ବାଇଡେନ୍ । ଗତ ଚାରି ଦିନ ଧରି ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ସସପେନ୍ସ ଲାଗି ରହିଥିଲା ।
କମଳା ହାରିସ ଉପରାଷ୍ଟ୍ରପତି
ଅନ୍ୟପଟେ ଭାରତୀୟ ବଂଶୋଦ୍ଭବ କମଳା ହାରିସ ଆମେରିକାର ଉପରାଷ୍ଟ୍ରପତି ହେବେ । ୫୬ ବର୍ଷ ବୟସ୍କା ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଳା ହାରିସ । ୨୦୦୪ରୁ ୨୦୧୧ ଯାଏ ସେ ସାନଫ୍ରାନସିସକୋର ଡିଷ୍ଟ୍ରିକୁ ଆଟର୍ଣ୍ଣିଂ ଜେନେରାଲ୍ ଥିଲେ । ୨୦୧୧ରୁ ୨୦୧୭ ଯାଏ କାଲିଫର୍ଣ୍ଣିଆ ରାଜ୍ୟରେ ଆଟର୍ଣ୍ଣିଂ ଜେନେରାଲ୍ ଥିଲେ । ୨୦୧୭ରୁ ଜୁନିୟର ୟୁଏସ୍ ସିନେଟର ଥିଲେ କମଳା ହାରିସ୍ ।
BREAKING NEWS
- କେନ୍ଦ୍ରସରକାରଙ୍କ ବଡ଼ ନିଷ୍ପତି, କମିଲା ୪୧ଟି ଜରୁରୀ ଔଷଧର ଦର
- ୧୯ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପୁରୀରେ କରିବେ ରୋଡ ଶୋ’
- ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକଙ୍କ ସହ ବହୁ ସମର୍ଥକ ବିଜେପିରେ ଯୋଗଦେଲେ
- ପୁଣି ଫେରିଲା ଗ୍ରୀଷ୍ମ ପ୍ରବାହ, ଆସନ୍ତା ୨୦ ଓ ୨୧ ତାରିଖରେ ହିଟ୍ ୱେଭ୍ ୱାର୍ଣ୍ଣିଂ
- ଇସ୍ତଫା ଦେଲେ ଝାଡ଼ଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିର ଆଲାମ
- ଖଲ୍ଲିକୋଟ ହିଂସା ଘଟଣା; ତଦନ୍ତ କରିବ ଏସଆଇଟି
- ଫାଇନାନ୍ସ କମ୍ପାନୀରେ ଲାଗିଲା ନିଆଁ
- ଥାନାରେ ପଶି ହତ୍ୟା ଅଭିଯୁକ୍ତଙ୍କୁ ଖସାଇ ନେବାକୁ ଉଦ୍ୟମ: ୯ ଗିରଫ, ୪ଟି ବାଇକ୍ ଜବତ
- ‘ମୋଦି ଜୀଙ୍କୁ ତୃତୀୟଥର ପ୍ରଧାନମନ୍ତ୍ରୀ କରନ୍ତୁ, ଗୋହତ୍ୟାକାରୀଙ୍କୁ ଓଲଟା ଟାଙ୍ଗି ସିଧା କରିଦେବୁ’
- ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ରେ ନାଁ ଲୋକ ଥିଲେ, ନାଁ ଦଳୀୟ ନେତା’; ଅପରାଜିତା