Latest Odisha News

BREAKING NEWS

ଶୀତଦିନେ ହୃଦରୋଗୀ ମାନେ ନିଅନ୍ତୁ ବିଶେଷ ଯତ୍ନ

ଭୁବନେଶ୍ୱର: ଶୀତ ଋତୁରେ ବିଶେଷଭାବରେ ହୃଦ୍‌ରୋଗୀ ଅଧିକ ସତର୍କ ରହିବା ଆବଶ୍ୟକ। କାରଣ ପ୍ରବଳ ଶୀତ ଯୋଗୁ ଶରୀରରେ ଥିବା ଶିରାପ୍ରସିରାଗୁଡ଼ିକ ସଙ୍କୁଚିତ ହୋଇଯାଏ। ଏହାଦ୍ୱାରା ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇଥାଏ।ଏଣୁ ଏହିଦିନରେ ହୃଦ୍‌ରୋଗୀ ମାନେ ବିଶେଷ ଧ୍ୟାନଦେବା ଜରୁରୀ।

କିପରି ନେବେ ନିଜର ଯତ୍ନ:

ଏହି ସମୟରେ ଶରୀରକି ଉଷ୍ମ ରଖିବା ପରି ପୋଷାକ ପିନ୍ଧନ୍ତୁ । ବାହାରକୁ ଗଲେ ସ୍ବେଟର, ଜ୍ୟାକେଟ ପିନ୍ଧିବା ସହ ମୁଣ୍ଡରେ ଟୋପି ପିନ୍ଧନ୍ତୁ।

ଶୀତ ଋତୁରେ ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତୁ। ଅଧିକ ଫ୍ୟାଟ୍‌ ଏବଂ ଲବଣଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ନିଶାଦ୍ରବ୍ୟ ସେବନଠାରୁ ଦୂରେଇରହନ୍ତୁ।

ସକାଳୁ ହାଲ୍‌କା ସୂର୍ଯ୍ୟକିରଣରେ କିଛି ସମୟ ବାସନ୍ତୁ ବସିବା ସହ ପ୍ରତିଦିନ ମର୍ନିଂଓ୍ବାକ୍‌ କରନ୍ତୁ।

ଏହିଦିନରେ ଜଳୀୟ ଅଂଶ ସନ୍ତୁଳିତ ରଖିବା ନିମନ୍ତେ ପ୍ରଚୁର ପାଣି ପିିଇବା ସହ ତଟକା ଫଳ ଜୁସ୍‌ ପିଅନ୍ତୁ।

ରସୁଣରେ ଥିବା ‘ଏଲିନ୍‌’ ନାମକ ଫ୍ଲେବରିଂ ତତ୍ତ୍ୱ ଶୀତଦିନେ ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏହା ଥଣ୍ଡାଜନିତ ସମସ୍ୟା ଦୂରକରିଥାଏ। ଦିନକୁ ୪ ରୁ ୫ କୁଳା କଞ୍ଚା ରସୁଣ ଖାଆନ୍ତୁ।

Leave A Reply

Your email address will not be published.