ମୁମ୍ବାଇ: ଛୋଟ ପରଦାରେ ଅଙ୍ଗୁରି ଭାବି ଓ ବିଗ୍ବସ୍ରେ ରୋକ୍ଠୋକ୍ ରବୈୟା ପାଇଁ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ଶିଳ୍ପା ସିନ୍ଦେ । ନିକଟରେ ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ୍ ଭଳି କମେଡି ସୋ’ରେ ବି ନଜର ଆସିଥିଲେ । ତେବେ ଆଗାମୀ ଦିନରେ ଖୁବଶୀଘ୍ର ସେ ମିଲିନ୍ଦ ସୋମନ୍ଙ୍କ ଅନସ୍କ୍ରିନ୍ ରାଣୀ ବନିବାକୁ ଯାଉଛନ୍ତି ।
ରିଲିଜ୍ ଅପେକ୍ଷାରେ ଥିବା ୱେବ୍ ସିରିଜ ପୌରୁଷପୁରରେ ଶିଳ୍ପା ସିନ୍ଦେଙ୍କୁ ରାଣୀ ମୀରାବତୀ କିର୍ଦାରରେ ଦେଖିବାକୁ ମିଳିବ । ଏ ନେଇ ସେ ଚର୍ଚ୍ଚାରେ ଥିବାବେଳେ ବେଶ ଏକ୍ସାଇଟେଡ୍ ବି ଥିବା ଜଣାପଡିଛି । ଏହି ସିରିଜରେ ତାଙ୍କୁ ବିବାଦରେ ଫସିଥିବା ମିଲିନ୍ଦ ସୋମନ୍ଙ୍କ ସହ ଦେଖିବାକୁ ମିଳିବ ।
ପୌରୁଷପୁରରେ ଅନୁ କାପୁର, ମିଲିନ୍ଦ ସୋମନ୍, ଶାହିର ସେଖ ଓ ଫ୍ଲୋରା ସୈନିଙ୍କ ଭଳି ପପୁଲାର କଳାକାର ମଧ୍ୟ ନଜର ଆସିବେ । ଅଲ୍ଟ ବାଲାଜୀ ଓ ଜି୫ ଭଳି ଓଟିଟି ପ୍ଲାଟଫର୍ମରେ ଦର୍ଶକ ପୌରୁଷପୁର ୱେବ ସିରିଜର ଆନନ୍ଦ ନେଇପାରିବେ ।