Latest Odisha News

BREAKING NEWS

ନିଜ ଓଜନର ରୁପା ଦାନ କଲେ ବିଜେପି ନେତା !

ସୁରଟ: ନିକିତିର ଗୋଟିଏ ପଟେ ବିଜେପି ନେତା ଓ ଆଉ ଗୋଟଏ ପଟେ ରୁପା ଇଟା । ନିଜ ଓଜନର ଦାନ କଲେ ରୁପା । ଗୁଜରାଟର ରାଜ୍ୟ ବିଜେପି ଅଧ୍ୟକ୍ଷ ସିଆର୍ ପାଟିଲ ଏହି ରୁପା ଦାନ କରିଛନ୍ତି । ସୁରଟରେ ଜୈନ ସୋସାଇଟି ପକ୍ଷରୁ ଆୟୋଜିତ ହୋଇଥିବା ରଜତ ତୁଳା କାର୍ଯ୍ୟକ୍ରମରେ ପାଟିଲ ଯୋଗଦେଇ ଏହି ଦାନ କାର୍ଯ୍ୟ କରିଛନ୍ତି ।

ସିଆର୍ ପାଟିଲଙ୍କ ଓଜନ ୯୬ କିଲୋଗ୍ରାମ ଥିଲା । ତେବେ ସେ ୧୦୧ କିଲୋଗ୍ରାମ ରୁପା ସମାଜ କଲ୍ୟାଣ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଦାନ କରିଛନ୍ତି । ପାଟିଲ ରାଜ୍ୟ ବିଜେପି ଅଧ୍ୟକ୍ଷ ହେବା ପରେ ଜୈନ ସୋସାଇଟି ପକ୍ଷରୁ ତାଙ୍କୁ ସମ୍ମାନୀତ କରିବା ପାଇଁ ଏଭଳି କରାଯାଇଥିବା କାର୍ଯ୍ୟକ୍ରମର ସଦସ୍ୟ ସୁରେଶ ଶାହା କହିଛନ୍ତି ।

Leave A Reply

Your email address will not be published.