Latest Odisha News

BREAKING NEWS

କଂଗ୍ରେସର ପ୍ରାଥମିକ ପଦରୁ ଇସ୍ତଫା ଦେଲେ ସଜ୍ଜନ କୁମାର

ନୂଆଦିଲ୍ଲୀ : ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ କଂଗେସ ନେତା ସଜ୍ଜନ କୁମାର ମଙ୍ଗଳବାର ଦିନ କଂଗ୍ରେସର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି ।

ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନିକଟକୁ ପଠାଇଥିବା ନିଜର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି “ ମୋ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ଦୃଷ୍ଟିରେ ରଖି ମୁଁ କଂଗ୍ରେସ ଦଳରୁ ଇସ୍ତଫା ଦେଉଛି” ।

ଉଲ୍ଲେଖଯୋଗ୍ୟ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ସେମାବର ଦିଲ୍ଲୀ ହାଇକୋର୍ଟର ୨ ଜଣିଆ ଖଣ୍ଡପୀଠ ଦୋଷୀ ସାବ୍ୟସ୍ତ ହୋଇଥିବା ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଏଥିସହିତ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଆତ୍ମସମର୍ପଣ ପାଇଁ କୋର୍ଟ ସଜ୍ଜନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ଆହୁରି ମଧ୍ୟ ଉକ୍ତ ଘଟଣାର ୩୪ ବର୍ଷ ପରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ମାମଲାରେ ୨୦୧୩ ମସିହାରେ ତଳ କୋର୍ଟ ସଜ୍ଜନଙ୍କୁ ଦୋଷମୁକ୍ତ କରିଥିଲେ । ତେବେ ପରେ ତଳ କୋର୍ଟଙ୍କ ଏହି ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ଆଜି ଦିଲ୍ଲୀ ହୋଇକୋର୍ଟ ତଳ କୋର୍ଟଙ୍କ ରାୟକୁ ଖାରଜ କରିବା ସହ ତାଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ।

Leave A Reply

Your email address will not be published.