Latest Odisha News

BREAKING NEWS

ଆଇପିଏଲ୍ ୨୦୧୯: ଆଜି ଜୟପୁରରେ ଖେଳାଳି ନିଲାମ

ନୂଆଦିଲ୍ଲୀ : ଭାରତୀୟ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ସିଜନ-୧୨ ପାଇଁ ଖେଳାଳିମାନଙ୍କ ନିଲାମି ପ୍ରକ୍ରିୟା ମଙ୍ଗଳବାର ଜୟପୁରରେ ଆରମ୍ଭ ହେବାକୁ ଯାଉଛି ।

ଏହି ନିଲାମରେ ସର୍ବମୋଟ ୧୦୦୩ ଜଣ ରେଜିଷ୍ଟ୍ରେସନ୍ କରିଥିବାବେଳେ ପ୍ରାୟ ୩୪୬ଜଣ ଖେଳାଳିଙ୍କୁ ସାମିଲ କରାଯାଇଥିବା ଜଣାପଡିଛି । ଯେଉଁଥିରେ ୨୨୬ଜଣ ଭାରତୀୟ ଓ ୧୨୦ ଜଣ ବିଦେଶୀ ଖେଳାଳୀ ଏହି ନିଲାମୀରେ ସାମିଲ ହୋଇଛନ୍ତି ।

ଏହି ନିଲାମରେ ୮ଟି ପ୍ରାଞ୍ଚାଇଜ୍ ଭାଗ ନେବେ । ଖେଳାଳିଙ୍କ ବେସ ମୂଲ୍ୟରୁ ସେମାନଙ୍କର ନିଲାମ ଆରମ୍ଭ ହେବ ।

ଏମିତି କେତେକ ଖେଳାଳୀ ଅଛନ୍ତି, ଯେଉଁମାନଙ୍କର ବେସ ମୂଲ୍ୟ ୨କୋଟି ଟଙ୍କା ରହିଛି । ଏଥିରେ ରହିଥିବା ୯ ଜଣ ଖେଳାଳିଙ୍କ ମଧ୍ୟରେ କୌଣସି ଭାରତୀୟ ଖେଳାଳୀ ନାହାନ୍ତି।

ଏହି ନିଲାମ ପ୍ରକ୍ରିୟାରେ ସାମିଲ ଥିବା ଖେଳାଳିଙ୍କ ମଧ୍ୟରୁ ଭାରତୀୟ ଖେଳାଳୀ ଭାବେ ରହିଛନ୍ତି ଯୁବରାଜ ସିଂହ, ଅକ୍ଷର ପଟେଲ, ରିଦ୍ଧିମାନ ସାହା ଏବଂ ମହମ୍ମଦ ସାମିଙ୍କ ବେସ ପ୍ରାଇସ ୧କୋଟି ଟଙ୍କା ରହିଛି ।

ସେହିଭଳି ୧.୫ କୋଟିରେ ଭାରତୀୟ ଦ୍ରୁତ ବୋଲର ଜୟଦେବ ଉନାଦକଟ୍ ଏକାକି ରହିଥିଲା ବେଳେ ୯ ଜଣ ବିଦେଶୀ ଖେଳାଳିଙ୍କ ସହ ସମୁଦାୟ ୧୦ ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଫ୍ରାଞ୍ଚଇଜ୍ଗୁଡ଼ିକ ନିଜ ନିଜ ଦଳ ପାଇଁ କେଉଁ କେଉଁ ଖେଳାଳି କିଣିବେ। ଆଜିର ନିଲାମ ପରେ ସେ ସମ୍ପର୍କରେ ଜଣାପଡିବ ।

କେଉଁ ଦେଶରୁ କେତେ ଖେଳାଳି ନିଲମ ପ୍ରକ୍ରିୟାରେ ଭାଗ ନେବେ:-

ଭାରତ-୨୨୬, ଦକ୍ଷିଣ ଆଫ୍ରିକା-୨୬, ଅଷ୍ଟ୍ରେଲିଆ-୨୩, ୱେଷ୍ଟଇଣ୍ଡିଜ୍-୧୮, ଇଂଲଣ୍ଡ-୧୮, ନ୍ୟୁଜିଲାଣ୍ଡ-୧୩, ଆଫଗାନିସ୍ତାନ-୮, ଶ୍ରୀଲଙ୍କା-୭, ବାଂଲାଦେଶ-୨, ଆୟଲାଣ୍ଡ-୧, ଜିମ୍ବାୱେ-୨, ୟୁଏସ୍ଏ-୧, ନେଦର ଲ୍ୟାଣ୍ଡ-୧।

Leave A Reply

Your email address will not be published.