Latest Odisha News

BREAKING NEWS

ଦୀପିକା ଚିଖାଲିଆଙ୍କ ଫିଲ୍ମରେ ଗୀତ ଗାଇବେ ରାନୁ ମଣ୍ଡଳ

ନୂଆଦିଲ୍ଲୀ: ଅଭିନେତ୍ରୀ ଦୀପିକା ଚିଖାଲିଆ ଫିଲ୍ମ ‘ସରୋଜିନୀ’କୁ ଚର୍ଚ୍ଚାରେ ରହିଆସୁଛନ୍ତି। ଏହା ଏକ ବାୟୋପିକ୍ ଫିଲ୍ମ। ସେ ଏହି ଚଳଚ୍ଚିତ୍ରରେ ସରୋଜିନୀ ନାଇଡୁଙ୍କ ଭୂମିକାରେ ଅଭିନୟ କରିବେ। ତେବେ ରୋମାଞ୍ଚକର କଥା ହେଉଛି ରାନୁ ମଣ୍ଡଳ ଚଳଚ୍ଚିତ୍ରରେ ତାଙ୍କ ପାଇଁ ଗୀତ ଗାଇଛନ୍ତି। ଦୀପିକା ନିଜେ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି।

ଦୀପିକା ଲେଖିଛନ୍ତି- ଚଳଚ୍ଚିତ୍ର ସରୋଜିନୀରେ ଧୀରଜ ମିଶ୍ରଙ୍କ ଦ୍ୱାରା ଲିଖିତ ସଂଗୀତରେ ରାନୁ ମଣ୍ଡଳ କଣ୍ଠଦାନ କରିଛନ୍ତି। ଏହା ସହ ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ରଣୁ ମଣ୍ଡଳ କହିଛନ୍ତି ଯେ ସେ ଧୀରଜ ମିଶ୍ରଙ୍କ ସହ କାମ କରୁଛନ୍ତି। ସେ ଫିଲ୍ମ ‘ସରୋଜିନୀ’ରେ ଗୀତ ଗାଉଛନ୍ତି। ସେ ଫିଲ୍ମର ସମସ୍ତ ଗୀତ ଗାଇଛନ୍ତି। ରାନୁ କହିଛନ୍ତି- ମୁଁ ଆଶା କରୁଛି ଆପଣମାନେ ଯଥେଷ୍ଟ ଭଲପାଇବା ଏବଂ ସମ୍ମାନ ଦେବେ।

Comments are closed.