Latest Odisha News

ଦୁଲେ ରାପରଙ୍କ ସ୍ବପ୍ନ ପୂରା କଲେ ପ୍ରେମ ଆନନ୍ଦ

ଭୁବନେଶ୍ୱର: ଦୁଲେ ରାପରଙ୍କ ସ୍ବପ୍ନ ପୂରା କରିବାକୁ ଯାଉଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ।

BjdElectrycity

ନଭେମ୍ବର ୧୧ ତାରିଖରେ ଭୁବନେଶ୍ୱରରେ ଗୀତ ରେକର୍ଡ଼ିଂ ହେବ ବୋଲି ସୂଚନା ମିଳିଛି।

ୟୁଟ୍ୟୁବ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ଵର ତାଣ୍ଡି ଓରଫ ଦୁଲେ ରାପରଙ୍କୁ ପ୍ରେମ ଆନନ୍ଦ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଗୀତ ଗାଇବାର ସୁଯୋଗ ଆଣିଦେଇଛନ୍ତି।

ଦୁଲେ ରାପରଙ୍କ ସହିତ ଏହି ଗୀତରେ କଣ୍ଠଦାନ କରିବେ ସୁନ୍ଦରଗଡ଼ର ଝିଅ ସ୍ଵର୍ଣ୍ଣରେଖା ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀ ଆଶୁତୋଷ। ‘ଜିଓ ଵାଲା ଆଣ୍ଟି’ ଶୀର୍ଷକ ଏହି କାମର୍ସିଆଲ ଗୀତଟିକୁ ରଚନା କରିଛନ୍ତି ଗୀତିକାର ସୁବ୍ରତ ସ୍ୱାଇଁ।

‘ସୁନୋ ସର୍କାର’ ରାପ ଗାଇ ସୋସିଆଲ ମିଡିଆରେ ରାତାରାତି ଚର୍ଚ୍ଚିତ ହୋଇଥିଲେ ଦୁଲେ ରାପର।

ବଲିଉଡ଼ର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଵିଶାଲ ଦଦଲାନିଙ୍କଠୁ ଆରମ୍ଭ କରି ସ୍ଵରା ଭାସ୍କର, ସୋନା ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ବର୍ଖା ଦତ୍ତଙ୍କ ଯାଏଁ ସମସ୍ତେ ତାଙ୍କର ପ୍ରଶଂସା କରିବାକୁ ପାଇନଥିଲେ।

ଵିଶାଲ ଦଦଲାନି ତାଙ୍କୁ ବଲିଉଡରେ ଗାଇବାକୁ ଅଫର ଦେଇଥିଲେ ବି ଦୁଲେ ରାପରଙ୍କ ସ୍ବପ୍ନ ଥିଲା ଓଡ଼ିଆ ସିନେମାରେ ଗୀତ ଗାଇବା।

ଅନେକ ଓଡ଼ିଆ ସିଙ୍ଗରକୁ ସୁଯୋଗ ଦେଇଥିବା ପ୍ରେମ ଆନନ୍ଦ କିଛି ଦିନ ତଳେ କୋରାପୁଟ ଝିଅ ନମିତା ମେଲେକାଙ୍କୁ ସୁଯୋଗ ଦେଇଥିଲେ।

Leave A Reply

Your email address will not be published.