Latest Odisha News

BREAKING NEWS

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ, ୧୫ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ମ ସାଢ଼େ ୫ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ । ଏଥିରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସିଂରେ ମାଧ୍ୟମରେ ଏହି ବୈଠକ ବସିବାକୁ ଯାଉଛି । ଆଗାମୀ ବିଧାନସଭା ଅଧିବେଶନରେ ଆସିବାକୁ ଥିବା ୨୦୦-୨୧ ପ୍ରଥମ ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିପାରେ ।

ଏହାପରେ ସାଢ଼େ ୫ଟାରେ କ୍ୟାବିନେଟ ବୈଠକ ବସିବ । ନବୀନ ନିବାସରୁ ଭିଡିଓ କନଫରେନ୍ସୁଂରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ପ୍ରାୟ ୧୫ଟି ପ୍ରସ୍ତାବ ଉପରେ ବିଚାରବିମର୍ଶ ପରେ ଅନୁମୋଦନ ଦେଇପାରେ ରାଜ୍ୟ କ୍ୟାବିନେଟ୍ । ଏଥିରେ ରହିଛି ରାଜସ୍ୱ, ସ୍ୱାସ୍ଥ୍ୟ ଓ ପୂର୍ତ୍ତ ବିଭାଗର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ।

Comments are closed.