Latest Odisha News

BREAKING NEWS

କଡକନାଥ କୁକୁଡା ଫାର୍ମ କରିବେ ଧୋନୀ !

ଝାଡଖଣ୍ଡ: ୨୦୧୯ କ୍ରିକେଟ ବିଶ୍ୱକପ ପରେ ଅବସର ନେଇଥିଲେ ମହେନ୍ଦ୍ର ସିଂ ଧୋନୀ । ହେଲେ ଏବେ ବି ଜାରି ରଖିଛନ୍ତି କ୍ରିକେଟ୍ ଖେଳ । ନିକଟରେ ଆଇପିଏଲରେ ତାଙ୍କ ପ୍ରଦର୍ଶନ ଏତେଟା ଭଲ ନଥିଲେ ବି ୨୦୨୧ରେ ସେ ହଳଦିଆ ଜର୍ସିରେ ପୁନର୍ବାର ନଜର ଆସିବେ । ତେବେ କ୍ରିକେଟ ଛଡା ଫାର୍ମିଂରେ ରୁଚି ରଖୁଥିବା ଧୋନୀଙ୍କୁ ନେଇ ସାମ୍ନାକୁ ଆସିଛି ନୂଆ ଖବର ।

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଅର୍ଗାନିକ ଫାର୍ମିଂରେ ମନୋନିବେଶ କରିଥିଲେ । ଏପରିକି ସେ ନିଜ ହୋମ ଟାଉନରେ ଏକ ବିରାଟକାୟ ଅର୍ଗାନିକ ଫାର୍ମର ଶୁଭାରମ୍ଭ କରିଥିଲେ । ସୋସିଆଲ ମିଡିଆରେ ଧୋନୀଙ୍କ ଫାର୍ମିଂ ଅବତାରକୁ ଲୋକେ ଖୁବ ପ୍ରଶଂସା ବି କରିଥିଲେ । ହେଲେ ଏବେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଧୋନୀ ଫାର୍ମିଂ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢାଇଛନ୍ତି । ମଧ୍ୟପ୍ରଦେଶର ବିରଳ ପ୍ରଜାତିର କଳା ରଙ୍ଗର କଡକନାଥ କୁକୁଡା ଫାର୍ମ କରିବାକୁ ସେ ମନ ବଳାଇଛନ୍ତି ।

ଏଥିପାଇଁ ଧୋନୀ ରାଂଚି ଫାର୍ମ ହାଉସକୁ ବାଛିଥିଲାବେଳେ ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାରୁ୨ହଜାର କୁକୁଡା ଚିଆଁ ବି ମଗାଇଛନ୍ତି । ରିପୋର୍ଟ ଅନୁଯାୟୀ ବିନୋଦ ମେଧା ନାମକ ଜଣେ ଫାର୍ମ ମାଲିକ ଧୋନୀଙ୍କୁ ଡିସେମ୍ବର ୧୫ ତାରିଖ ସୁଦ୍ଧା କୁକୁଡା ଚିଆଁ ଯୋଗାଇବେ ।

Leave A Reply

Your email address will not be published.