Latest Odisha News

BREAKING NEWS

ଯୋଡା ଟାଉନ ଭିତର ଦେଇ ଯାଇଥିବା ରାଜପଥରେ ନିର୍ମାଣ ହେବ ଫ୍ଲାଏ ଓଭର, କ୍ୟାବିନେଟ୍ ଦେଲା ମଞ୍ଜୁରୀ

କେନ୍ଦୁଝର: ଜିଲ୍ଲାର ଯୋଡାବାସୀଙ୍କ ପାଇଁ ଖୁସି ଖବର । ଟାଉନ ଭିତରେ ଆଉ ଟ୍ରାଫିକ ସମସ୍ୟା କି ପ୍ରଦୂଷଣ ହେବ ନାହିଁ । ଏହି ସମସ୍ୟାକୁ ଦୂର କରିବା ପାଇଁ ଯୋଡ଼ା ଟାଉନ ଭିତରେ ଯୋଡା-ବାମବେରି ଜାତୀୟ ରାଜପଥରେ ନିର୍ମାଣ ହେବ ଏକ ଫ୍ଲାଏ ଓଭର୍ । ଏସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍ ।

ଯୋଡ଼ା-ବାମବେରି ଜାତୀୟ ରାଜପଥରେ ତିନି କିଲୋମିଟରର ଫ୍ଲାଏ ଓଭର ନିର୍ମାଣ କରାଯିବ । ଜିଲ୍ଲା ଖଣିଜ ପାଣ୍ଠି ବୋର୍ଡ ଏହି କାମ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଦ୍ୱାରା ଇପିସି ଟେଣ୍ଡର ଯୋଗେ କରିବା ପାଇଁ ସ୍ଥିର ହୋଇଛି । ୧୪୪ କୋଟି ୧୧ ଲକ୍ଷ ଟଙ୍କାରେ ଟେଣ୍ଡର ନେଇଥିବା ରଞ୍ଜିତ ସେଭରୋକ୍ସକୁ କାମ ଆରମ୍ଭ କରିବା ପାଇଁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ ।

୩୦ ମାସ ଭିତରେ ଫ୍ଲାଏ ଓଭର କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଯୋଡ଼ା-ବାମବେରି ଜାତୀୟ ରାଜପଥର ଯୋଡା ଟାଉନ ଦେଇ ଯାଇଛି । ଟ୍ରକ ଯୋଗେ ନିୟମିତ ଖଣିଜ ପଦାର୍ଥ ପରିବହନ ଯୋଗୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ପ୍ରଦୂଷଣ ବଢୁଛି ।

Leave A Reply

Your email address will not be published.