ନୂଆଦିଲ୍ଲୀ: ଏବେ ହରମନ୍ ବାୱେଜାଙ୍କ ଏକ ଚଳଚ୍ଚିତ୍ର ଖୁବ୍ ଶୀଘ୍ର ସିଧାସଳଖ ଟେଲିଭିଜନ୍ରେ ରିଲିଜ ହେବାକୁ ଯାଉଛି। ପ୍ରକୃତରେ, ନିର୍ମାତା ବୋନି କପୁର ସିଦ୍ଧାର୍ଥ, ପ୍ରକାଶ ରାଜ ଏବଂ ଜୟସୁଧା ଷ୍ଟାରର ଚଳଚ୍ଚିତ୍ର ‘ବମ୍ମାରିଲୁ’ର ହିନ୍ଦୀ ରିମେକ୍ରେ ହରମନ୍ଙ୍କୁ ଦେଖିବାକୁ ମିଳିବ।
ନିର୍ମାତା ହ୍ୟାରି ବାୱେଜାଙ୍କ ପୁଅ ହରମନ ସେତେବେଳେ ହିନ୍ଦୀ ସିନେମାରେ ନାୟକ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ। ବୋନି କପୁର ମଧ୍ୟ ଏହି ଫିଲ୍ମରେ ହରମନଙ୍କୁ ଏହାର ମୁଖ୍ୟ ଭୂମିକାରେ ନେଇଥିଲେ। ଏଥିରେ ହରମନଙ୍କ ବିପକ୍ଷର ନାୟିକା ସାଜିଥିଲେ ଜେନେଲିଆ ଡି’ସୁଜା। ହରମନ୍ଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଏବେ ସିଧାସଳଖ ଟିଭିରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର ନାମ ହେଉଛି ‘IT’S MY LIFE’। ଏହି ଫିଲ୍ମ ୨୯ ନଭେମ୍ବରରେ ଟିଭିରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା କପିଲ ଶର୍ମା ମଧ୍ୟ ଅଭିନୟ କରିଛନ୍ତି।
Comments are closed.