ନୂଆଦିଲ୍ଲୀ: ଷ୍ଟାର ଫୁଟବଲ ଖେଳାଳି ପର୍ତୁଗାଲ କ୍ରିଷ୍ଟିଆନ ରୋନୋଲ୍ଡା ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋରରେ ବିଶ୍ୱରେକର୍ଡର ନିକଟତର ହୋଇଛନ୍ତି । ୧୭ ବର୍ଷ କ୍ୟାରିୟରରେ ସେ ୧୬୮ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୧୦୨ ଗୋଲ ସ୍କୋର କରିଛନ୍ତି । ଇରାନର ଅଲୀ ଦାଇଙ୍କ ନାମରେ ଥିବା ବିଶ୍ୱରେକର୍ଡ ଭାଙ୍ଗିବା ପାଇଁ ତାଙ୍କୁ ଆଉ ୮ ଗୋଲ ଦରକାର । ରୋନାଲ୍ଡୋ କ୍ୟାରିୟରର ପ୍ରଥମ ୧୧ ବର୍ଷ ମଧ୍ୟରେ ୧୧୮ ମ୍ୟାଚ ଖେଳି ୫୨ ଗୋଲ ସ୍କୋର କରିଥିଲେ । ବୟସ ବଢ଼ିବା ସହ ସେ ଅଭିଜ୍ଞ ହୋଇ ୨୦୧୫ରୁ ଆଜି ପର୍ଯ୍ୟନ୍ତ ୫୦ ମ୍ୟାଚ ଖେଳି ୫୦ ଗୋଲ କରିଛନ୍ତି । ଗୋଲ କରିବା ହାର ତାଙ୍କର ବଢ଼ିବାରେ ଲାଗିଛି ।
କ୍ୟାରିୟରର ପ୍ରଥମ ଗୋଲ ୨୦୦୪ରେ ଗ୍ରୀସ ବିପକ୍ଷରେ ଦେଇଥିଲେ । ଓଭରାଲ ୨ ଜଣ ଖେଳାଳି ୧୦୦ରୁ ଊର୍ଦ୍ଧ୍ୱ ଗୋଲ ସ୍କୋର କରିଛନ୍ତି । ବର୍ତମାନ ଖେଳୁଥିବା କୌଣସି ଖେଳାଳି ଏହି ତାଲିକାରେ ନାହାନ୍ତି । ଭାରତର ସୁନୀଲ ଛେତ୍ରୀ ୭୨ ଗୋଲ ସ୍କୋର କରିଛନ୍ତି । ବିଶ୍ୱର ପ୍ରମୁଖ ୫ ଗୋଲ ସ୍କୋରର ହେଲେ- ୧. ଅଲୀ ଡେଇ (ଇରାନ)-୧୦୯, ୨.କ୍ରିଷ୍ଟିଆନ ରୋନାଲ୍ଡୋ (ପର୍ତୁଗାଲ)-୧୦୨, ୩.ଫେରେନ ଫୁସ୍କସ (ହଙ୍ଗୋର)-୮୪, ୪.ଗଡଫ୍ରେ ଚିତାଳୁ (ଜାମ୍ବିଆ)- ୭୯, ୫.ହୁସେନ ସଏଦ (ଇରାକ)-୭୮ ।
Comments are closed.