Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦି ଜାନୁଆରୀରେ ୨ ଥର ଓଡିଶା ଗସ୍ତ କରିବେ

ଖୋର୍ଦ୍ଧା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ପୁଣି ଥରେ ସେ ଜାନୁଆରୀ ୫ ତାରିଖରେ ଓଡ଼ିଶା ଆସୁଥିବା ନେଇ ବିଜେପି ପକ୍ଷରୁ ଜଣାପଡ଼ିଛି।

ଖୋର୍ଦ୍ଧା ସ୍ଥିତ ଗୋଶାଳା ପଡିଆଠାରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ କହିଛନ୍ତି “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ମାସରେ ୨ଥର ଲାଗି ଓଡିଶା ଗସ୍ତ ଆସିବେ” ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଜାନୁଆରୀ ୫ରେ ବାରିପଦା ଆସି ଏକ ବିଶାଳ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ ସମୟରେ ସେ ପୁଣିଥରେ ଜାନୁଆରୀ ମାସ ୧୬ ତାରିଖରେ ରାଜ୍ୟର ପଶ୍ଚିମ ଓଡିଶାରେ ଆୟୋଜିତ ହେବାକୁ ଥିବା ଏକ ସଭାରେ ଯୋଗ ଦେବା ପାଇଁ ଓଡିଶା ଗସ୍ତରେ ଆସିବେ ବୋଲି ସେ ପ୍ରକାଶ କରିଛନ୍ତି ।

ତେବେ ଅରୁଣ ସିଂହ ପଶ୍ଚିମ ଓଡିଶାରେ ଆୟୋଜିତ ହେବାକୁ ଥିବା ସଭା ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।

Leave A Reply

Your email address will not be published.