Latest Odisha News

BREAKING NEWS

ଜଷ୍ଟିସ ରଘୁବୀର ଦାସ ‘ଓଡ଼ିଶା ମାନବାଧିକାର ଆୟୋଗ’ର ସଦସ୍ୟ ଭାବେ ନିଯୁକ୍ତ

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସ ରବିବାର ଦିନ ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି।

ରାଜ୍ୟପାଳ ଗଣେଶୀ ଲାଲ ତାଙ୍କୁ ମାନବାଧିକାର କମିଶନଙ୍କ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଆଜି ରାଜ୍ୟପାଳ ବାସଭବନରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଜଷ୍ଟିସ ରଘୁବାର ଦାସଙ୍କୁ ଜୁନ ୬ ତାରିଖରେ ତଦନ୍ତ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ।

ରତ୍ନ ଭଣ୍ଡାରର ହଜିଯାଇଥିବା ଚାବି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଏହି ତଦନ୍ତ କମିଶନକୁ ୩ମାସ ସମୟ ଦେଇଥିଲେ । ଅପରପକ୍ଷରେ ଏହି ସମୟ ମଧ୍ୟରେ ରତ୍ନ ଯାଞ୍ଚ ପ୍ରକ୍ରିୟା ପୂରା ନ ହୋଇପାରିବାରୁ ଡିସେମ୍ବର ୭ ତାରିଖ ଦିନ ରାଜ୍ୟସରକାର ତଦନ୍ତ କମିଶନର ଅବଧି ସମୟକୁ ଆଉ ଅଧିକ ୩ମାସ ଯାଏଁ ବଢାଇ ଦେଇଥିଲେ ।

Leave A Reply

Your email address will not be published.