Latest Odisha News

BREAKING NEWS

ଆଇପିଏସ୍ ସ୍ତରରେ ଅଦଳବଦଳ; ଓଡ଼ିଶା ଜେଲ୍ ଡିଜି ସୁଶାନ୍ତ ନାଥ ହେଲେ ଗୃହ ବିଭାଗ OSD

ଭୁବନେଶ୍ୱର: ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜେଲ ବିଭାଗ ଡ଼ିଜି ସୁଶାନ୍ତ ନାଥଙ୍କ ବଦଳି ହୋଇଛି। ୧୯୯୩ ବ୍ୟାଚର ଆଇପିଏସ୍ ଅଧିକାରୀ ସୁଶାନ୍ତ ନାଥଙ୍କୁ ଏବେ ଗୃହ ବିଭାଗ ଓଏସ୍‌ଡ଼ି ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ଆଇପିଏସ୍ ସୁଶାନ୍ତ ନାଥଙ୍କୁ ଏହି ନୂତନ ଦାୟିତ୍ୱ ଏପରି ଏକ ସମୟରେ ଦିଆଯାଇଛି, ଯେତେବେଳେ ତାଙ୍କ ବିରୋଧରେ ଚୌଦ୍ୱାର ସର୍କଲ ଜେଲର ଜଣେ ପୂର୍ବତନ ମହିଳା ଜେଲର ଯୌନ ଉତ୍ପୀଡ଼ନ, ଧମକ ଓ ଭୟଭୀତ କରିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି।

ସେହିଭଳି ୧୯୯୫ ବ୍ୟାଚର ଆଇପିଏସ୍ ଅଧିକାରୀ ସନ୍ତୋଷ ବାଲା, ଯିଏକି ବର୍ତ୍ତମାନ ଏସଏଫଏଲ ନିର୍ଦ୍ଦେଶକ ଅଛନ୍ତି ତାଙ୍କୁ ଜେଲ ବିଭାଗ ଡ଼ିଜି ଅତିରିକ୍ତ ଦାୟିତ୍ୱ ମିଳିଛି ।

କାରାଗାର ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ଅମିତାଭ ଠାକୁରଙ୍କୁ କଟକ ସ୍ଥିତ ଓଡ଼ିଶା ପରିବହନ କମିଶନର ଭାବେ ଦାୟିତ୍ୱ ମିଳିଛି।

ଭୁବନେଶ୍ୱର ସ୍ଥିତ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ (S.A.P.)ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ରାଜେଶ କୁମାର ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

କେନ୍ଦ୍ରୀୟ ଡ଼େପୁଟେସନରୁ ଫେରିଥିବା ସାରା ଶର୍ମା (ଆଇପିଏସ୍, ୨୦୧୦ ବ୍ୟାଚ୍)ଙ୍କୁ ଭିଜିଲାନ୍ସ ବିଭାଗର ଡି.ଆଇ.ଜି. ଭାବରେ ନିଯୁକ୍ତ କରାଯାଇଛି। ଝାରସୁଗୁଡା ଏସପି ଥିବା ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ର ହୋଇଛନ୍ତି ପୋଲିସ ମୁଖ୍ୟାଳୟ ଏଆଇଜି।

ସେହିପରି ନୂଆପଡା ଏସପି ଅମ୍ରିତପାଲ ସିଂ ହେଲେ ପୋଲିସ ମୁଖ୍ୟାଳୟ ଏସ୍ ପି। ଅପରପକ୍ଷରେ ଖୋର୍ଦ୍ଧା ଅତିରିକ୍ତ ଏସପି ସୋନାଲି ସିଂ ପରମାରଙ୍କୁ ଝାରସୁଗୁଡା ଏବଂ ତପନ ନାରାୟଣ ରଥଙ୍କୁ ନୂଆପଡ଼ା ଏସପି ଦାୟିତ୍ବ ଦିଆଯାଇଛି।

Leave A Reply

Your email address will not be published.