Latest Odisha News

BREAKING NEWS

ବିଧାନସଭାରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ସମ୍ପର୍କିତ ମୋସନ୍ ଉପରେ ଆଲୋଚନା

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଆଜି ତୃତୀୟ ଦିନ । ସ୍ୱାଭାବିକ ଭାବରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପ୍ରସଙ୍ଗରେ ଆସିଥିବା ମୋସନରେ ଆଲୋଚନା ଚାଲିଛି । ପ୍ରାଥମିକ ଶିକ୍ଷାର ଏକତ୍ରୀକରଣ ଓ ସୁବ୍ୟବସ୍ଥିକରଣ ମୋସନ ଉପରେ ଆଲୋଚନା ଜାରି ରହିଛି । ଗୃହରେ ଏହି ପ୍ରସ୍ତାଵ ଆଣିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟରେ ଏମିତି ସ୍କୁଲ ଅଛି ଯେଉଁଠାରେ ୮ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ଜଣ ଶିକ୍ଷକ ଅଛନ୍ତି । ସ୍କୁଲକୁ ବନ୍ଦ କରାଯାଉନି । ସେଗୁଡ଼ିକୁ ଏକାଠି ମିଶ୍ରଣ କରାଯାଇଛି । ପିଲା ସଂଖ୍ୟା ବଢ଼ିଲେ ସ୍କୁଲ ଚାଲିବ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ।

ଗତକାଲି ବିଧାନସଭାରେ ଆଇନଶୃଙ୍ଖଳା ପରିସ୍ଥିତି ଓ ସ୍କୁଲବନ୍ଦ ପ୍ରସଙ୍ଗକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା । ବିଜେପି ଓ କଂଗ୍ରେସ ସଦସ୍ୟମାନେ ଏହି ଦୁଇ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଦାବିରେ ହୋହଲ୍ଲା କରିବାକୁ ଅଚଳାବସ୍ଥା ଦେଖାଦେଇଥିଲା । ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ସ୍କୁଲବନ୍ଦ ପ୍ରସଙ୍ଗରେ ଆଜି ବିସ୍ତୃତ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିଲା ।

Leave A Reply

Your email address will not be published.