Latest Odisha News

BREAKING NEWS

ଆରପାରିରେ ଅଭିନେତା ଆଶିଷ ରୟ

ମୁମ୍ବାଇ: ଦୀର୍ଘ ଦିନର ଅସୁସ୍ଥତା ପରେ ପ୍ରଖ୍ୟାତ ଚଳଚ୍ଚିତ୍ର ତଥା ଟିଭି ଅଭିନେତା ଆଶିଷ ରୟଙ୍କର ଆଜି ମୁମ୍ବାଇରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଗତ କିଛି ବର୍ଷ ଧରି ସେ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ। ଗତ ତିନି ବର୍ଷ ଧରି ତାଙ୍କ ଡାଏଲିସିସ୍ ମଧ୍ୟ ଚାଲିଥିଲା।

ଆଜି ମୁମ୍ବାଇର ଭର୍ସୋଭାସ୍ଥିତ ପାଟାଲିପୁତ୍ରସ୍ଥିତ ବାସଭବନରେ ଭୋର୍‌ ୩.୪୫ ରେ ଆଶିଷଙ୍କ ମୃତ୍ୟୁ ଘଟିଛି। ଆଶିଷ ରୟଙ୍କ ପୁରୁଣା ବନ୍ଧୁ ତଥା ଅଭିନେତା ସୁରଜ ଥାପର କହିଛନ୍ତି ଯେ ସକାଳେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ଏହାର କିଛି ସମୟ‌ ପରେ ଆଶିଷ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଜଣେ ଲୋକପ୍ରିୟ ଅଭିନେତା ହେବା ସହିତ ଜଣାଶୁଣା ଭଏସ୍‌ ଓଭର୍‌ ଆର୍ଟିଷ୍ଟ୍‌ ମଧ୍ୟ ଥିଲେ। ଦସ ଅନେକ ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି ଏହାସହିତ ସେ ଅନେକଗୁଡ଼ିକ ହଲିଉଡ୍‌ ଚଳଚ୍ଚିତ୍ର ପାଇଁ ନିଜ ଭଏସ୍‌ ମଧ୍ୟ ଦେଇଛନ୍ତି।

Comments are closed.