Latest Odisha News

BREAKING NEWS

ଆସନ୍ତୁ ଜାଣିବା କାହିଁକି ହ୍ରିଷିକେଶ ତାଙ୍କ ପୁଅର ନାମ ହ୍ରିତିକ ରଖିଛନ୍ତି

ଇମ୍ପାଲ: ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଅନେକ ପ୍ରଶଂସକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ଇମ୍ଫାଲର ହ୍ରିଷିକେଶ । ସେ ତାଙ୍କ ନବଜାତକ ପୁତ୍ରର ନାମ ହ୍ରିତିକ ରଖିଛନ୍ତି । ସବୁଠାରୁ ବଡ କଥା ଏହି ଶିଶୁର ହାତରେ ହ୍ରିତିକଙ୍କ ଭଳି ୬ ଆଙ୍ଗୁଳି ରହିଛି । କହୋ ନା ପ୍ୟାର ହେ ଦେଖିବା ପରେ ମୁଁ ହ୍ରିତିକଙ୍କ ପ୍ରଶଂସକ ପାଲଟି ଯାଇଥିଲି ବୋଲି ସେ କହିଛନ୍ତି ।

ଏପରିକି ମୁଁ ମୋ ନିଜ ନାମରେ ଅଧିକ ଏକ ଏଚ ଯୋଡି ଋଷିକେଶରୁ ହ୍ରିଷିକେଶ ହୋଇଛି । ହ୍ରିତିକଙ୍କ ଭଳି ମୋ ପୁଅର ବି ୬ ଆଙ୍ଗୁଳି ଅଛି ବୋଲି ସେ ଗର୍ବରେ କହିଛନ୍ତି । ସେ ଏହି ଫଟୋ ସୋସିଆଲ ସାଇଟରେ ଛାଡିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.