Latest Odisha News

BREAKING NEWS

ରୋହିତଙ୍କ ବାପାଙ୍କୁ କରୋନା, ଅଷ୍ଟ୍ରେଲିଆ ଏଥିପାଇଁ ଯାଇ ନ ଥିଲେ କି !

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଦିନିକିଆ ଓ ଟି୨୦ ଉପ ଅଧିନାୟକ ରୋହିତ ଶର୍ମାଙ୍କ ବାପାଙ୍କୁ କରୋନା ହୋଇଥିବା ଜଣାପଡିଛି । ଟାଇମ୍ସ ନାଓ ଖବର ଅନୁସାରେ ରୋହିତ ଆଘାତ ସମସ୍ୟା ଯୋଗୁଁ ନୁହେଁ ବାପାଙ୍କ ଲାଗି ଅଷ୍ଟ୍ରେଲିଆ ଗସ୍ତରେ ଯାଇ ନାହାନ୍ତି । ପୂର୍ବରୁ ସେ ଅଷ୍ଟ୍ରେଲିଆ ଗସ୍ତରେ କାହିଁକି ଗଲେ ନାହିଁ ସେ ନେଇ ବିଭିନ୍ନ ଅଟକଳ ଲଗାଯାଉଥିଲା । ଆଇପିଏଲ ଶେଷ ହେବା ପରେ ଆଘାତ ସମସ୍ୟା ଓ ବାପାଙ୍କ ଯୋଗୁ ସେ ଟେଷ୍ଟ ଖେଳିବା ପାଇଁ ଯିବାକୁ ଚାହୁଁ ନ ଥିଲେ । ମଙ୍ଗଳବାର ବିସିଆଇ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରେ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛି ।

ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ ରୋହିତ ଚାହିଁ ଥିଲେ ୟୁଏଇରୁ ସିଧା ଅଷ୍ଟ୍ରେଲିଆ ଯାଇ ପାରିଥାନ୍ତେ । ସେଠାରେ କ୍ୱାରେଂଟାଇନ ଅବଧି ପୂରଣ କରିବା ଭିତରେ ସେ ସୁସ୍ଥ ମଧ୍ୟ ହୋଇ ଯାଇଥାନ୍ତେ । ମାତ୍ର ସେ ଏହା ନ କରି ଭାରତ ପ୍ରତ୍ୟାବର୍ତନ କରିବାରୁ ସବୁ କିଛି ଭୁଲ ଭାଲ ହୋଇଗଲା । ଅପରପକ୍ଷରେ ଈଶାନ୍ତ ଶର୍ମା ଓ ରୋହିତ ବିସିସିଆଇ ନିକଟରେ ଠିକ୍ ତଥ୍ୟ ଉପସ୍ଥାପନ କରି ନ ଥିବାରୁ ବୋର୍ଡ ଅସନ୍ତୁଷ୍ଟ ଅଛି ।

Leave A Reply

Your email address will not be published.