Latest Odisha News

କଟକ ବାଦାମବାଡ଼ିରେ ଜଳିଗଲା ବସ୍

କଟକ: ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସରେ ଲାଗିଲା ନିଆଁ । କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ପାଲାମଣ୍ଡପ ପାଖ ପୁରୀ ବସଷ୍ଟାଣ୍ଡରେ ହୋଇଛି ଏହି ଅଗ୍ନିକାଣ୍ଡ । ନିଆଁ ଲାଗି ଗୋଟିଏ ବସ୍ ସମ୍ପୂର୍ଣ୍ଣ ଜଳି ଯାଇଛି ।

ଏତେ ଜୋରରେ ନିଆଁ ଲାଗିଛି ଯେ, ପୂରା ଅଞ୍ଚଳରେ ଧୂଆଁମୟ ହୋଇଯାଇଛି । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବାହିନୀ । ନିଆଁ ଲିଭା କାମ ଜାରି ରହିଛି । ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ଅନୁସାରେ, ନିଆଁ ଲାଗିଥିବା ବସଟି ସେଠାରେ ପଡ଼ି ରହିଥିଲା ।
ବସ ମାଲିକ କହିଛନ୍ତି, ବସଟି ଅନେକ ଦିନରୁ ଚାଲୁ ନଥିଲା । ଏଥିରୁ ବ୍ୟାଟେରୀ କାଢ଼ି ନିଆଯାଇଥିଲା । ବ୍ୟାଟେରୀ ନଥିବା ବେଳେ କେମିତି ନିଆଁ ଲାଗିଲା ତାକୁ ନେଇ ଏବେ ଉଠିଛି ପ୍ରଶ୍ନବାଚୀ । ଜାଣିଶୁଣି କେହି ନିଆଁ ଲଗାଇ ଦେଇ ନାହାନ୍ତି ତ ? ଏହି ଅଗ୍ନିକାଣ୍ଡରେ ଜଳିଯାଇଥିବା ବସ୍ ପାଖରେ ଥିବା କିଛି ବସ୍ କ୍ଷତିଗ୍ରସ୍ତ ହୋଇଛି ।

Comments are closed.