ଭଦ୍ରକ: ଭଦ୍ରକ ନୂଆ ବସଷ୍ଟାଣ୍ଟ ନିକଟରେ ଦୁର୍ଘଟଣା । ହୁ ହୁ ହୋଇ ଜଳିଗଲା ଗୋଟିଏ କଣ୍ଟେନର । ବୋଲେରୋକୁ ଧକ୍କା ଦେବା ପରେ କଣ୍ଟେନରରେ ନିଆଁ ଲାଗି ଯାଇଥିଲା । ଏହାର ଆଗ ଭାଗ ଜଳି ଯାଇଥିଲା । ଗତକାଲି ରାତିରେ ୧୬ ନମ୍ୱର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । କଣ୍ଟେନରଟି ମହାରାଷ୍ଟ୍ରରୁ କୋଲକାତା ଅଭିମୁଖେ ଯାଉଥିଲା ।
ନିଆଁ ଲାଗି କଣ୍ଟେନରରେ ଥିବା ସାମଗ୍ରୀ ଜଳି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର । ଇ-କମର୍ସ ଓ୍ୱେବସାଇଟ୍ ଫ୍ଲିପ୍କାର୍ଟର ସାମଗ୍ରୀ ନେଇ ଏକ କଣ୍ଟେନରଟି କୋଲକାତା ଯାଉଥିଲା । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀଗଡ଼ିଆ ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା କଣ୍ଟେନର । ନିଆଁ ଲାଗିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଭଦ୍ରକ ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ କରିଥିଲେ ।
BREAKING NEWS
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
Comments are closed.