Latest Odisha News

BREAKING NEWS

କମିଲା କରୋନା ଡେଥ୍ କେସ୍: ୨୪ ଘଣ୍ଟାରେ ରାଜ୍ୟରୁ ୪ ମୃତ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସିଛୁ କରୋନା । କମିଲା ଦୈନିକ ମୃତ୍ୟୁସଂଖ୍ୟା । ରାଜ୍ୟବାସୀଙ୍କ ପାଇଁ ଏକ ଭଲ ଖବର । ଗତ ୨୪ ଘଣ୍ଟାରେ ରାଜ୍ୟରୁ ମହାମାରୀ ୪ ଜଣଙ୍କର ଜୀବନ ନେଇଛି । ମାତ୍ର ତିନିଟି ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

ମୃତକଙ୍କ ଭିତରେ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ଜଣ । ସେମାନଙ୍କ ଭିତରେ ଭୁବନେଶ୍ୱରରୁ ଜଣେ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି । ସେହିପରି ବାଲେଶ୍ୱର ଓ ଢେଙ୍କାନାଳ ଜିଲ୍ଲାରୁ ଆଉ ଜଣେ ଲେଖାଏ ସଂକ୍ରମିତଙ୍କ ଜୀବନ ନେଇ ମହାମାରୀ ।

ପୂର୍ବରୁ ପ୍ରତିଦିନ ୧୦ରୁ ଅଧିକ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଉଥିଲେ । ଏହି ସଂଖ୍ୟା ଦୁଇ ଅଙ୍କ ତଳକୁ ଖସିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ହଜାର ୭୩୪କୁ ବୃଦ୍ଧି ପାଇଛି । ରାଜ୍ୟରେ ମୃତ୍ୟୁହାର ରହିଛି ୦.୫୪% ।

Leave A Reply

Your email address will not be published.