Latest Odisha News

BREAKING NEWS

ବିଶ୍ୱ‌ କରୋନା; ୨୪ ଘଣ୍ଟାରେ ୫ ଲକ୍ଷରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣ ଗତି ସାଧାରଣ ଲୋକଙ୍କ ଜୀବନ ଶୈଳୀକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱ‌ର ୨୧୮ ଟି ଦେଶରେ ୫.୭୦ ଲକ୍ଷ ନୂଆ କରୋନା ମାମଲା ସାମ୍‌ନାକୁ ଆସିଛି। ଏଥି ସହିତ ୯,୧୯୮ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ସର୍ବାଧିକ କ୍ଷତି ସହିଛି। ଏହା ପରେ ଇଟାଲୀ, ବ୍ରାଜିଲ, ମେକ୍ସିକୋ, ପୋଲାଣ୍ଡ, ଋଷିଆ, ବ୍ରିଟେନ, ଭାରତ, ଇରାନରେ ସର୍ବାଧିକ ମୃତ୍ୟୁ ଘଟିଛି।

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ୬ କୋଟି ୨୫ ଲକ୍ଷ ୫୦ ହଜାର ମାମଲା ରୁଜୁ ହୋଇଛି। ଏଥିସହିତ ଏପର୍ଯ୍ୟନ୍ତ ୧୪ ଲକ୍ଷ ୫୭ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଯେଉଁଠାରେ ୪ କୋଟି ୩୧ ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ହୋଇଛନ୍ତି। ୧ କୋଟି ୭୯ ଲକ୍ଷ ୧୫ ହଜାର ଲୋକ ଏବେବି କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.