ନୂଆଦିଲ୍ଲୀ: ଆଜି ପଡୁଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଏହି ଗ୍ରହଣ ଭାରତ ସମେତ କିଛି ଦେଶରେ ଦେଖିବାକୁ ମିଳିବ । ଆଜି ଦିନ ୧.୦୨ ମିନିଟ୍ ୨୨ ସେକେଣ୍ଡରୁ ଆରମ୍ଭ ହୋଇ ଅପରାହ୍ଣ ୫.୨୩ ସେକେଣ୍ଡ ପର୍ୟ୍ୟନ୍ତ ଚାଲିବ । ଭାରତ, ଆମେରିକା, ଅଷ୍ଟ୍ରେଲିଆ ସମେତ ଏସିଆ ମହାଦେଶ ଅଞ୍ଚଳରେ ଦେଖାଯିବ ଏହି ଚନ୍ଦ୍ରଗ୍ରହଣ ।
ଏହା ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ । ବୈଜ୍ଞାନିକଙ୍କ ମତରେ ଆଜି ଦୁଇ ପ୍ରକାରର ଛାଇ ସୃଷ୍ଟି ହେବ । ଗୋଟିଏ ଗାଢ଼ କଳା ରଙ୍ଗର ଛାଇ, ଯାହାକୁ ସାଧାରଣତଃ ଛାୟା କୁହାଯାଏ । ଆଉ ଗୋଟିଏ ହେଉଛି ଫିକା ରଙ୍ଗର ଛାଇ, ଯାହାକୁ କୁହାଯାଏ ଉପଛାୟା । ଉପଛାୟାରେ ଚନ୍ଦ୍ର ରହିଲେ ତାକୁ ଗ୍ରହଣ ବୋଲି ଧରାଯାଏ ।
କାର୍ତ୍ତିକ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଏହି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହାର ଅନେକ ଗୁରୁତ୍ୱ ରହିଥିବା କହିଛନ୍ତି ଜ୍ୟୋତିର୍ବିଦ । ଆଜିର ଚନ୍ଦ୍ରଗ୍ରହଣକୁ ବେଶ ପ୍ରଭାବଶାଳୀ ବୋଲି କୁହାଯାଉଛି । ଏହି ଗ୍ରହଣରେ ପ୍ରଭାବ ଦେବନୀତି, ପାକନୀତି ଉପରେ ପଡ଼ିବ ନାହିଁ । ଯେହେତୁ ଏହି ଗ୍ରହଣ ଏକ ଉପଛାୟା, ତେଣୁ ହାଣ୍ଡିଛାଡ଼ କରିବାର ଆବଶ୍ୟକତା ନାହିଁ ବୋଲି ଜ୍ୟୋତିର୍ବିଦ କହିଛନ୍ତି ।
BREAKING NEWS
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
- ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର
Comments are closed.