ନୂଆଦିଲ୍ଲୀ: ଦେଶରେ ଆଜି କମିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । କିନ୍ତୁ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୪ ଲକ୍ଷ ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୮ ହଜାର ୭୭୨ ନୂଆ ଆକ୍ରାନ୍ତ । ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪ଲକ୍ଷ ୩୧ହଜାର ୬୯୨କୁ ବୃଦ୍ଧି ପାଇଛି ।
କରୋନା ମୃତ୍ୟୁହାର ୧.୪୫%
ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୪୪୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ମହାମାରୀରେ ମୃତ୍ୟୁବରଣ କଲେଣି ୧ ଲକ୍ଷ ୩୭ ହଜାର ୧୩୯ ଆକ୍ରାନ୍ତ । ଦେଶରେ ମୃତ୍ୟୁହାର ରହିଛି ୧.୪୫% ।
୯୩.୮% ଆକ୍ରାନ୍ତ ସୁସ୍ଥ
ଗତ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥ ହୋଇଛନ୍ତି । ଦିନକରେ ଆରୋଗ୍ୟ ଲାଭ କରିଛନ୍ତି ୪୫ ହଜାର ୩୩୩ ଆକ୍ରାନ୍ତ । ଏହାକୁ ମିଶାଇ ସୁସ୍ଥ ସଂଖ୍ୟା ୮୮ଲକ୍ଷ ୪୭ହଜାର ୬୦୦କୁ ବୃଦ୍ଧି ପାଇଛି । ଦେଶରେ ଆରୋଗ୍ୟ ହାର ରହିଛି ୯୩.୮୧ପ୍ରତିଶତ । ଏବେ ୪ଲକ୍ଷ ୪୬ହଜାର ୯୫୨ଟି ଆକ୍ଟିଭ୍ କେସ୍ ରହିଛି ।
BREAKING NEWS
- ପ୍ରଧାନମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ଗୁହାରି କଲେ ସ୍କୁଲ ସାଥୀ…
- ଇସ୍ରୋର ଚେତାବନୀ; ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆସିବ ୩ ବାତ୍ୟା!
- ୧୭ ଯାଏଁ ବର୍ଷାରୁ ନିସ୍ତାର ନାହିଁ…
- ବିଦେଶୀ ନେତାଙ୍କୁ କାହିଁକି ଦିଆଗଲା ଶାକାହାରୀ ଖାଦ୍ୟ? ମେନୁକୁ ନେଇ କଂଗ୍ରେସର ଆକ୍ଷେପ, ବର୍ଷିଲା ବିଜେପି
- Trump Home: କୋଟି କୋଟି ଟଙ୍କାରେ ବିକ୍ରି ହେଲା ଟ୍ରମ୍ପଙ୍କ ପିଲାଦିନର ଘର, ଜାଣନ୍ତୁ ଏହାର ବିଶେଷତ୍ୱ
- ସମୁଦ୍ର ମଝିରେ ବୁଡ଼ିଲା ଯାତ୍ରୀବାହୀ ଜାହାଜ: ଇଣ୍ଡୋନେସିଆରେ ହାହାକାର, ୯୭ ଉଦ୍ଧାର ଓ ଏବେ ବି ୧୪୦ ନିଖୋଜ
- ମଝି ଆକାଶରେ ଫେଲ୍ ମାରିଲା ଇଞ୍ଜିନ୍: ଜୟପୁର ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ
- BRICS Summit 2026: ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାହୁଲ-ପ୍ରିୟଙ୍କା: ଭାରତ-ମାଲେସିଆ ସମ୍ପର୍କ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଚର୍ଚ୍ଚା
- ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତର ବଡ଼ ସଫଳତା: ଓଡ଼ିଶାକୁ ମିଳିଲା ୨.୪୩ ଲକ୍ଷ କୋଟିର ବିପୁଳ ପୁଞ୍ଜିନିବେଶ ପ୍ରସ୍ତାବ
- କମିଲା ବର୍ଷା, ଖୋଲିଲା ରାସ୍ତା: ମାଲକାନଗିରିରୁ ଅଟକି ରହିଥିବା ଶହ ଶହ ଗାଡ଼ି ଗଡ଼ିଲା

Comments are closed.