Latest Odisha News

ଓଡ଼ିଶାର ୨ଟି ନର୍ସିଂ କଲେଜରେ ୭୦ଟି ପଦବୀକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାର ସମ୍ବଲପୁର ବୁର୍ଲ୍ଲାସ୍ଥିତ ଭିମସାର ମେଡ଼ିକାଲ କଲେଜରେ ଥିବା ନର୍ସିଂ କଲେଜ ଏବଂ କଟକସ୍ଥିତ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଥିବା ନର୍ସିଂ କଲେଜ ଲାଗି ୫୬ଟି ଶିକ୍ଷକ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଅନୁମୋଦନ କରିଛନ୍ତି ।

ଏହା ବ୍ୟତୀତ, ଏହି ଦୁଇଟି ମେଡ଼ିକାଲ କଲେଜରେ ୭ଟି ପରିଚାଳନାଗତ ପଦବୀ ସୃଷ୍ଟି କରାଯାଇଥିବାର ସୂଚନା ମିଳିଛି ।

କଟକର ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ ଲାଗି ରାଜ୍ୟ ସରକାର ୩୨ଟି ଶିକ୍ଷକ ପଦବୀ ସୃଷ୍ଟି କରିଛନ୍ତି, ଏହି ପଦବୀ ଗୁଡ଼ିକରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜଣେ ପ୍ରଫେସର ପଦବୀ, ୪ ଜଣ ଆସୋସିଏଟ ପ୍ରଫେସର, ୬ଜଣ ସହକାରୀ ପ୍ରଫେସର ଏବଂ ୧୯ ଜଣ ଟ୍ୟୁଟର୍ ପଦବୀ ସୃଷ୍ଟି ହୋଇଛି ।

ସେହିପରି ଭାବେ ସମ୍ବଲପୁର ବୁର୍ଲ୍ଲାସ୍ଥିତ ଭିମସାରରେ ୨୪ଟି ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନୁମୋଦନ କରିଛନ୍ତି । ଏହି ପଦବୀ ଗୁଡ଼ିକ ମଧ୍ୟରେ ରହିଛି, ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜଣେ ପ୍ରଫେସର, ୩ ଜଣ ଆସୋସିଏଟ ପ୍ରଫେସର, ୮ଜଣ ସହକାରୀ ପ୍ରଫେସର ଏବଂ ୧୦ ଜଣ ଟ୍ୟୁଟର ପଦବୀ ସୃଷ୍ଟି କରାଯାଇଛି । ଏଥିସହିତ

ଏହି ଦୁଇଟି କଲେଜରେ ୭ଟି ପ୍ରଶାସନିକ ପରିଚାଳନା ପଦବୀ ସୃଷ୍ଟି କରାଯାଇଥିବାର ସୂଚନା ହସ୍ତଗତ ହୋଇଛି ।

Leave A Reply

Your email address will not be published.