Latest Odisha News

BREAKING NEWS

ଧର୍ମଗଡରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ବନ୍ଦ ଡାକରା ଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଏହି ବନ୍ଦ ପାଳନରେ ଧର୍ମଗଡ ସମେତ ଜୁନାଗଡ, କୋକସରା, ଜୟପାଟଣା, ଗୋଳମୁଣ୍ଡା ଏବଂ କଲମପୁରର ସମସ୍ତ ସ୍କୁଲ କଲେଜ, ସରକାରୀ ପ୍ରତିଷ୍ଠାନ ଏବଂ ଦୋକାନ ବଜାର ବନ୍ଦ ରହିଥିବାବେଳେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ଏଥିସହିତ ବିକ୍ଷୋଭକାରୀମାନେ ଏହି ୬ଟି ବ୍ଲକର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହିତ କଳାହାଣ୍ଡି-ରାୟପୁର ଜାତୀୟ ରାଜପଥକୁ ଅବରୋଧ କରିଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ଏହି ବନ୍ଦ ପାଳନକୁ ଅନେକ ବୁଦ୍ଧିଜୀବୀ ତଥା ବିଭିନ୍ନ ସଙ୍ଗଠନ ତଥା ରାଜନୈତିକ ଦଳମାନେ ସମର୍ଥନ ଜଣାଇଥିବା ନେଇ ସୂଚନା ମିଳିଛି । ଏହାର ପ୍ରଭାବରେ ଯାନବାହନ ଯାତାୟତ ବନ୍ଦ ଯୋଗୁଁ ସାଧାରଣରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.