Latest Odisha News

BREAKING NEWS

ଦେଶର ଦ୍ରୁତତମ ରେଳ ଭାବେ ଘୋଷିତ ହେଲା ‘ଟ୍ରେନ-୧୮’

ନୂଆଦିଲ୍ଲୀ : ଦେଶର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଇଞ୍ଜିନ ବିହୀନ ‘ଟ୍ରେନ-୧୮’କୁ ଦେଶର ଦ୍ରୁତତମ ଟ୍ରେନ ଭାବେ ମଂଜୁରୀ ମିଳିଛି। ଏହି ଟ୍ରେନ ତାର ପ୍ରଥମ ଟ୍ରାଏଲ ରନ ସମୟୟରେ ଟ୍ରେନଟି ଘଣ୍ଟା ପ୍ରତି ୧୮୧ କିମି. ବେଗରେ ଗତି କରିଥିବା ନେଇ ରେକର୍ଡ କରାଯାଇଛି ।

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ନିଜର ଟୁଇଟର୍ ଆକାଉଣ୍ଟରେ ଚଳନ୍ତା ଟ୍ରେନର ଭିଡିଓ ସେୟାର କରିଛନ୍ତି।

ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ନିଜର ଟୁଇଟର୍ ଆକାଉଣ୍ଟରେ ଚଳନ୍ତା ଟ୍ରେନର ଭିଡିଓ ସେୟାର କରିଛନ୍ତି।

ଏହି ଟ୍ରେନ ୧୮ ମେକ ଇନ୍ ଇଣ୍ଡିଆ ଯୋଜନାନୁଯାୟୀ ଚେନ୍ନାଇସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାର୍କ୍ଟି(ଆଇସିଏଫ)ରେ ନିର୍ମିତ ହୋଇଛି । ଏହି ଟ୍ରେନଟି ନିର୍ମିତ ହେବାକୁ ୧୮ମାସ ଲାଗିଥିବା ସ୍ଥଳେ ପ୍ରାୟ ୧୦୦କୋଟି ଟଙ୍କା ବ୍ୟୟ ହୋଇଛି । ଏହି ଟ୍ରେନ-୧୮ ଦୀର୍ଘ ୩୦ ବର୍ଷ ଧରି ଭାରତର ଦ୍ରୁତତମ ଟ୍ରେନ ଭାବେ ପରିଗଣିତ ହୋଇ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସ ଟ୍ରେନର ସ୍ଥାନ ନିରୂପଣ କରିପାରିବ ।

ଏହି ସ୍ୱୟଂଚାଳିତ ଟ୍ରେନ ଚଳାଇବା ପାଇଁ କୌଣସି ଲୋକପାଇଲଟଙ୍କ ଆବଶ୍ୟକତା ପଡିନଥାଏ । ଏହା ଶତାବ୍ଦୀ ଏକ୍ସପ୍ରେସ ଟ୍ରେନ ଗୁଡିକ ତୁଳନାରେ ଏହି ଟ୍ରେନ ପ୍ରାୟ ୧୫ ପ୍ରତିଶତ ସମୟ ବଞ୍ଚାଇ ରଖିବାର କ୍ଷମତା ବହନ କରୁଛି ବୋଲି ରେଳ କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି ।

ଶତାବ୍ଦୀ ଏକ୍ସପ୍ରେସ ଟ୍ରେନ ପରି ଏଥିରେ ମଧ୍ୟ ୧୪ଟି ଏସି ଚେୟାର କାର କୋଚ୍ ଏବଂ ୨ଟି ଏକଜ୍ୟୁକେଟିଭ କୋଚ୍ ରହିଛି । ଏଥିରେ ରହିଥିବା ଏକଜ୍ୟୁକେଟିଭ କୋଚରେ ୫୪ଟି ସିଟ୍ ଏବଂ ସାଧାରଣ ବଗିରେ ୭୮ଟି ସିଟ୍ ରହିବାର ବ୍ୟବସ୍ଥା ରହିଛି ।

ଏଥିରେ ସ୍ୱୟଂ ଚାଳିତ କବାଟ, ଉନ୍ନତମାନର ପାହାଚ, ସମ୍ପୂର୍ଣ୍ଣଭାବେ ବନ୍ଦ ଓ ଶୀତତାପ ନିୟନ୍ତ୍ରିତ, ଭିତରେ ଯାତାୟାତ ପାଇଁ ସୁବିଧା, ଲମ୍ବା ଝରକା, ବାୟୋ ଭାକ୍ୟୁମ ଟଏଲେଟ, ଆରାମଦାୟକ ବିଶ୍ୱସ୍ତରୀୟ ଚେୟାର କାର ଓ ସିସିଟିଭି ର ସୁବିଧା ମଧ୍ୟ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଡିସେମ୍ବର ୨୯ ତାରିଖରେ ଏହି ‘ଟ୍ରେନ-୧୮’ ନୂତନ ବାରଣାସୀ-ଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ ଭାବେ ଚଳାଚଳ କରିବାର ଆଶା ରହିଛି ।

Leave A Reply

Your email address will not be published.