ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଗାୟକ ଉଦିତ ନାରାୟଣଙ୍କର ଆଜି ୬୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଉଦିତ ନାରାୟଣ ତାଙ୍କର ମେଲୋଡି ସ୍ୱର ଏବଂ ସବୁବେଳେ ହସୁଥିବା ଚେହେରା ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ପରିଚୟ ସୃଷ୍ଟି କରିଛନ୍ତି। ଉଦିତ ନାରାୟଣ ଅମିତାଭ ବଚ୍ଚନ, ଶାହରୁଖ ଖାନ, ରାଜେଶ ଖାନ୍ନା, ଦେବ ଆନନ୍ଦ, ଅକ୍ଷୟ କୁମାର, ସଲମାନ ଖାନ, ଅଜୟ ଦେବଗନଙ୍କ ଭଳି ତାରକାଙ୍କ ପାଇଁ ଗୀତ ଗାଇଛନ୍ତି। ସେ ତାଙ୍କ କ୍ୟାରିଅର୍ ୧୯୭୦ରେ ଆରମ୍ଭ କରିଥିଲେ। ତା’ପରେ ସେ ରେଡିଓ ନେପାଳ ପାଇଁ ମୈଥଲୀ ଲୋକ ଗାୟକ ଥିଲେ। ଧୀରେ ଧୀରେ ସେ ଆଧୁନିକ ନେପାଳୀ ଗୀତ ଗାଇବା ଆରମ୍ଭ କଲେ ଏବଂ ପ୍ରାୟ ୮ ବର୍ଷ ପରେ ମୁମ୍ବାଇ ଆସିଲେ।
ଉଦିତ ମୁମ୍ବାଇର ନେପାଳୀ ମ୍ୟୁଜିକ୍ ସ୍କଲାରସିପ୍ ମାଧ୍ୟମରେ ଆସିଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ଭାରତୀୟ ବିଦ୍ୟା ମଣ୍ଡପରେ ଶାସ୍ତ୍ରୀୟ ସଙ୍ଗୀତ ଅଧ୍ୟୟନ କରିବା। ୧୯୮୦ ରେ ଉଦିତ ତାଙ୍କର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ରାଜେଶ ରୋଶନ ତାଙ୍କୁ ପ୍ରଥମେ ଆବିଷ୍କାର କରିଥିଲେ ଏବଂ ତାଙ୍କ ଚଳଚ୍ଚିତ୍ର ‘ଉନିଶ୍-ବିଶ୍’ରେ ତାଙ୍କୁ ଗୀତ ଗାଇବାକୁ କହିଥିଲେ। ସେତେବେଳେ ନାରାୟଣ ଗାୟକ ମହମ୍ମଦ ରଫିଙ୍କ ସହ ଗୀତ ଗାଇବାର ସୁଯୋଗ ପାଇଲେ। ଏହା ପରେ ସେ ଜଣେ ବଡ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଲତା ମଙ୍ଗେଶକର, ଆରଡି ବର୍ମନ, କିଶୋର କୁମାର, ଆନନ୍ଦ ମିଲିନ୍ଦ, ବାପି ଲାହିରିଙ୍କ ସହ କାମ କରି ଇଣ୍ଡଷ୍ଟ୍ରିରେ ଏକ ପରିଚୟ ସୃଷ୍ଟି କରିଥିଲେ।
ଯଦି ଉଦିତ ତାଙ୍କ କ୍ୟାରିୟରରେ ଯେତିକି ସଫଳ ହୋଇଥିଲେ ସେତିକି ତାଙ୍କ ଜୀବନରେ ବିବାଦ ସହ ମଧ୍ୟ ଜଡିତ ଥିଲେ। ଉଦିତ ଦୀପା ନାରାୟଣଙ୍କୁ ୧୯୮୫ରେ ବିବାହ କରିଛନ୍ତି। ଉଦିତ ଏବଂ ଦୀପାଙ୍କର ଏକ ପୁଅ ଅଛି, ଯାହାକୁ ଆମେ ଆଦିତ୍ୟ ନାରାୟଣ ବୋଲି ଜାଣୁ।
Comments are closed.