Latest Odisha News

BREAKING NEWS

ଜଳିଗଲା ମୋବାଇଲ୍ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଝାରସୁଗୁଡ଼ା: ରାତିରେ ମୋବାଇଲ୍ ଦୋକାନରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ଜିନିଷ ଓ ଉପକରଣ ପୋଡ଼ି ପାଉଁଶ ହୋଇଛି । ଝାରସୁଗୁଡ଼ାର ବକ୍ସି ଛକଠାରେ ଥିବା ଏକ ମୋବାଇଲ ଦୋକାନରେ ଏହି ଅଗ୍ନିକାଣ୍ଡ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ମହାପାତ୍ର ଇଲେକ୍ଟ୍ରୋନିକ୍ସ ନାମକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗି ପାଖାପାଖି ୩୦ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ବହୁ ନାମୀଦାମୀ କମ୍ପାନୀର ମୋବାଇଲ୍, ଉପକରଣ, ଲାପଟପ ଓ ଅନ୍ୟାନ୍ୟ ଆସବାବପତ୍ର ନିଆଁ ଲାଗି ପାଉଁଶ ହୋଇଛି ।
ରାତି ପ୍ରାୟ ସାଢ଼େ ୨ଟା ବେଳେ ଦୋକାନରେ ନିଆଁ ଲାଗିଥିବାର ଦେଖିବାକୁ ପାଇଥିଲା ପୋଲିସ ପାଟ୍ରୋଲିଂ ପାର୍ଟି । ସେମାନଙ୍କଠାରୁ ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ସବୁ କିଛି ଜଳ ପୋଡ଼ି ଛାରଖାର ହୋଇ ଯାଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସଟସର୍କିଟରୁ ନିଆଁ ଲାଗିଥିବ ଅନୁମାନ କରାଯାଉଛି ।

Leave A Reply

Your email address will not be published.