Latest Odisha News

BREAKING NEWS

କରୋନା ଆକ୍ରାନ୍ତ ହେଲେ ବଲିଉଡର ଏହି ଲୋକପ୍ରିୟ ଅଭିନେତା

ମୁମ୍ବାଇ: ବଲିଉଡରେ ଜଣଙ୍କ ପରେ ଜଣଙ୍କୁ ଆକ୍ରାନ୍ତ କରିଚାଲିଛି କରୋନା। ବିଗ୍-ବି ଠାରୁ ଆରମ୍ଭ କରି ଅନେକ ନମିଦାମୀ କଳାକାର କରୋନାର ଆକ୍ରାନ୍ତ ହେବା ପରେ ଏବେ ଆଉ ଜଣେ ଲୋକପ୍ରିୟ ଅଭିନେତା ଚିହ୍ନଟ ହୋଇଛନ୍ତି କୋଭିଡ ପଜିଟିଭ।

ଅଭିନେତା ତଥା ଭାରତୀୟ ଜନତା ପାର୍ଟିର ସାଂସଦ ସନି ଦେଓଲ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ।

ସନି ଦେଓଲ୍ ଗତ କିଛି ଦିନ ହେବ କୁଲ୍ଲୁରେ ରହୁଥିଲେ। କୁଲ୍ଲୁର ମୁଖ୍ୟ ଚିକିତ୍ସା ଅଧିକାରୀ ଦ୍ବାରା ଦିଆଯାଇଥିବା ସୂଚନା ଅନୁସାରେ, ସେ ମୁମ୍ବାଇ ଯିବାକୁ ବାହାରିଥିଲେ ମାତ୍ର ଦେହ ସାମାନ୍ୟ ଅସୁସ୍ଥ ଲାଗିବାରୁ କୋଭିଡ ଟେଷ୍ଟ କରାଇଥିଲେ ଓ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

Comments are closed.