Latest Odisha News

BREAKING NEWS

ମହଙ୍ଗା ପଡିଲା ପ୍ରେମ; ପ୍ରେମିକକୁ କିରୋସିନ ଢାଳି ପୋଡି ଦେଲା ପ୍ରେମିକା

ଜଗତସିଂହପୁର: ପ୍ରେମିକକୁ ପେଟ୍ରୋଲ ଢାଳି ଜାଳି ଦେଲା ପ୍ରେମିକା। ଏଭଳି ଏକ ଦୁଃଖଦ ଖବର ଆସିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଗଙ୍ଗଦା ଗାଁରୁ।

ପ୍ରେମ ସଂପର୍କକୁ କେନ୍ଦ୍ର କରି ଘଟିଛି ଏହି ଅଘଟଣ। ଗୁରୁତର ଭାବେ ପୋଡି ହୋଇଥିବା ପ୍ରେମିକ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଭୁବନ ଅଞ୍ଚଳର ବିପିନି କୁମାର ସାହୁ। ସେ ଗଙ୍ଗଦା ଗାଁରେ ରହି ମାର୍ବଲ ମିସ୍ତ୍ରୀ  ଭାବରେ କାର୍ଯ୍ୟ କରୁଥିଲେ।

ଯୁବକଙ୍କ ଅଭିଯୋଗ ଅନୁଯାୟୀ, ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ସେ ପ୍ରେମ କରୁଥିଲେ। କୌଣସି ଏକ କାରଣରୁ ସେମାନଙ୍କ ମଧ୍ୟରେ ମତାନ୍ତର ଘଟିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଯୁବତୀ ଜଣଙ୍କ ତାଙ୍କୁ ଡ଼ାକି ତାଙ୍କ ଉପରକୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଛନ୍ତି।

ସମ୍ପୃକ୍ତ ଯୁବକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ପ୍ରଥମେ ନାଉଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ତେବେ ସେ ନିଜେ ପୋଡି ହୋଇଛନ୍ତି କି ତାଙ୍କ ଦେହରେ କିଏ ନିଆଁ ଲଗାଇ ପୋଡି ଦେଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

Leave A Reply

Your email address will not be published.