Latest Odisha News

BREAKING NEWS

ଆରପାରିରେ ଏମଡିଏଚ ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀ

ଦିଲ୍ଲୀ: ଆରପାରିରେ ଏମଡିଏଚ ମସଲା ବ୍ରାଣ୍ଡ ‘ଏମଡିଏଚ’ର ମାଲିକ ଧର୍ମପାଲ ଗୁଲାଟୀ। ୯୮ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି।

ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ ସୁଦ୍ଧା ମାତ୍ର ସେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ଧର୍ମପାଲ ଗୁଲାଟୀ ୧୯୫୯ରେ କମ୍ପାନୀ ସ୍ଥାପନ କରିଥିଲେ । ତାଙ୍କର ବ୍ୟବସାୟ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ବରେ ବିସ୍ତାର ଲାଭ କରିଛି । ଫଳରେ ଧର୍ମପାଲ ଗୁଲାଟୀ ଭାରତୀୟ ମସଲାର ଜଣେ ବିତରକ ଏବଂ ରପ୍ତାନିକାରୀ ହୋଇଛନ୍ତି । ଗତ ବର୍ଷ ଧର୍ମପାଲଙ୍କୁ ପଦ୍ମ ଭୂଷଣରେ ସମ୍ମାନୀତ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଧର୍ମପାଲଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। “ଏମଡିଏଚ ଦାଦାଜି” ନାମରେ ପରିଚିତ ଥିବା ଧର୍ମାପଲ ଗୁଲାଟିଙ୍କ ମୃତ୍ୟୁରେ ମୁଁ ଅତ୍ୟନ୍ତ ମର୍ମାହତ। ଏମଡିଏଚ ମସଲାକୁ ବିଶ୍ୱସ୍ତରୀୟ ବ୍ରାଣ୍ଡରେ ସେ ପରିଣତ କରାଇଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟପାଇଁ ସେ ସବୁଦିନ ମନେ ରହିବେ” ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ପ୍ରକାଶ କରିଛନ୍ତି।

Comments are closed.