Latest Odisha News

BREAKING NEWS

କ୍ୟାଟ୍ରିନାଙ୍କ ଭଉଣୀ ମୋହରେ ସଲମାନ ଖାନ୍

ମୁମ୍ବାଇ: ବଲିଉଡରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ କିଛି ନୂଆ ଚେହେରା ନୁହଁନ୍ତି । ନିଜ ଅଭିନୟ ତଥା ଲୁକ୍ସ ଜରିଆରେ ସେ ଦର୍ଶକଙ୍କ ମନ ଜିଣିପାରିଛନ୍ତି । ଆଉ ଏବେ କ୍ୟାଟ୍ରିନାଙ୍କ ପଥକୁ ଅନୁସରଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି ତାଙ୍କ ଭଉଣୀ ଇସାବେଲ୍ କୈଫ । ନିକଟରେ ଇସାବେଲ୍‌ଙ୍କର ଏକ ପଂଜାବୀ ମ୍ୟୁଜିକ ଭିଡିଓ ରିଲିଜ ହୋଇଛି ।

ମାଶାଲ୍ଲାହ ନାମକ ମ୍ୟୁଜିକ ଭିଡିଓଟି ସୋସିଆଲ ମିଡିଆରେ ଖୁବ ପପୁଲାର ହୋଇଛି । ଅନେକ ଲୋକ ଏହି ଗୀତକୁ ତରିଫ କରିଥଲାବେଳେ ସୁପରଷ୍ଟାର ସଲମାନ ବି ଇସାବେଲଙ୍କ ଫ୍ୟାନ୍ ଫଲୋଇଙ୍ଗ ତାଲିକାରେ ସାମିଲ ହୋଇଛନ୍ତି । ଇସାବେଲଙ୍କ ଭିଡିଓଟି ସଲମାନଙ୍କୁ ଖୁବ ପସନ୍ଦ ହୋଇଥିବା ଜଣାପଡିଛି । ତେବେ ଏ କଥା ଆମେ ନୁହେଁ ବରଂ ଖୋଦ ସଲମାନ ସୋସିଆଲ୍ ମିଡିଆରେ ଜଣାଇଛନ୍ତି ।

 

View this post on Instagram

 

A post shared by Salman Khan (@beingsalmankhan)

ଇସବେଲଙ୍କ କାମକୁ ସଲମାନ ଖୁବ ପ୍ରଶଂସା କରିବା ସହ ତାଙ୍କ ଭିଡିଓକୁ ସୋସିଆଲ୍ ମିଡିଆରେ ସେୟାର ବି କରିଛନ୍ତି । ଏହି ଖବରକୁ ବାଦ୍ ଦେଲେ ଆଗାମୀ ଦିନରେ ସଲମାନ ରାଧେ, କିକ୍‌-୨ ଓ ଶାହରୁଖଙ୍କ ଫିଲ୍ମ ପଠାନରେ ବି ନଜର ଆସିବେ । ସେହିଭଳି କ୍ୱାଥା ନାମକ ଏକ ଫିଲ୍ମ ପାଇଁ ଇସାବେଲ କୈଫ ବି ସାଇନ୍ କରିଛନ୍ତି ।

Leave A Reply

Your email address will not be published.