Latest Odisha News

BREAKING NEWS

ଭାରତରେ କେବେ ମିଳିବ କରୋନା ଭ୍ୟାକସିନ; ଉତ୍ତର ଦେଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଭାରତରେ କରୋନା ଟିକା ମିଳିବା ନେଇ ଖୁସି ଖବର ଦେଇଛନ୍ତି ଏମ୍ସ ଦିଲ୍ଲୀର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ।

ସେ ସୂଚନା ଦେଇ କହିଛନ୍ତି ଯେ ଭାରତରେ କରୋନା ଟିକା ପରୀକ୍ଷା ଶେଷ ପର୍ଯ୍ୟାୟରେ ଅଛି। ଏହି ମାସ ଶେଷ କିମ୍ବା ଆସନ୍ତା ମାସ ଆରମ୍ଭରେ ସଫଳତା ମିଳିବାର ଆଶା ରହିଛି।

| ଜାନୁଆରୀ ସୁଦ୍ଧା ଦେଶରେ କରୋନା ଟିକା ପହଞ୍ଚିବ ବୋଲି ଗୁଲେରିଆ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ଟିକାର ସୁରକ୍ଷା ଏବଂ କାର୍ଯ୍ୟକାରିତା ନେଇ କିଛି ସାଲିସ କରାଯାଇନାହିଁ।

୭୦ରୁ ୮୦ ହଜାର ଲୋକଙ୍କୁ ଟୀକାକରଣ କରାଯାଇଥିଲା, ହେଲେ କିଛି ପ୍ରତିକୂଳ ପ୍ରଭାବ ଦେଖାଯାଇନାହିଁ।

Comments are closed.