Latest Odisha News

BREAKING NEWS

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସିଡିପିଓ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା କୋକସରା ସିଡିପିଓ ଜୟନ୍ତୀ ମହାନ୍ତି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ସୁନମଲ ସେଣ୍ଟରର ଅଙ୍ଗନବାଡ଼ି କର୍ମୀ ଆରତୀ ଦଣ୍ଡସେନାଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ସିଡିପିଓଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ।

ଅଭିଯୋଗକାରୀଙ୍କ କହିବାନୁସାରେ, ତାଙ୍କର ୩ ମାସର ଦରମା ରିଲିଜ କରାଇଦେବାକୁ ସେ ତାଙ୍କୁ ୭,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସେ ଭିଜିଲାନ୍ସକୁ ଜଣାଇଥିଲେ । ପରେ ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ସିଡିପିଓଙ୍କୁ ଧରିଥିଲା ।

ତେବେ ଏନେଇ କୋରାପୁଟ ଭିଜିଲାନ୍ସ ପକ୍ଷରୁ ପୋଲିସ କେସ୍ କରାଯାଇଛି।

Leave A Reply

Your email address will not be published.