Latest Odisha News

BREAKING NEWS

ମଧ୍ୟରାତ୍ରୀରେ ଥରି ଉଠିଲା ମୟୂରଭଞ୍ଜ ଓ ବାଲେଶ୍ଵର

ମୟୁରଭଞ୍ଜ/ବାଲେଶ୍ଵର: ଓଡିଶାରେ ମୃଦୁ ଭୂକମ୍ପର ଝଟକା । ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।

ସୁଚାନୁଯାୟୀ, ରାତି ପ୍ରାୟ ୨ଟା ୧୩ ମିନିଟ୍ ପାଖାପାଖି ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୯ ରହିଥିଲା । ମଧ୍ୟ ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଯୋଗୁଁ ଅନେକ ଲୋକ ଏହାକୁ ଜାଣିପାରିନାହାନ୍ତି ।

ଅନ୍ୟପଟେ ଆଉ କିଛି ଲୋକ ଏହା ଅନୁଭୂତ କରିବା ସହ ଆଉ କିଛି ଘରୁ ବାହାରକୁ ପଳାଇ ଆସିଥିଲେ । ମୟୁରଭଞ୍ଜରେ ଭୟଭୀତ ହୋଇ ଲୋକମାନେ ଶଙ୍ଖ ଓ ଘଣ୍ଟ ବଜାଉଥିବା ଦେଖିବାକୁ ମିଳିଥିଲା ।

ତେବେ ଖାଲି ଓଡିଶା ନୁହେଁ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.