Latest Odisha News

BREAKING NEWS

ଗୋଷ୍ଠୀ ସମବାୟ ସମିତିରେ ଅନିୟମିତତା ବିରୁଦ୍ଧରେ ଚାଷୀ ଆନ୍ଦୋଳନ 

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ପ୍ରାଥମିକ କୃଷି ସମବାୟ ସମିତିରେ ଅନିୟମିତତା ଅଭିଯୋଗ। ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଚାଷୀ। ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ଅଭିଯୋଗ ମୁତାବକ ଏହି କୃଷି ସମବାୟ ସମିତିଟି ଚାଷୀମାନଙ୍କ ସୁବିଧା ସୁଯୋଗ ପାଇଁ ହୋଇଥିଲେ ମଧ୍ୟ ଏହା ଚାଷୀଙ୍କ କାମରେ ଆସୁନି।

ଏଠାରୁ ଚାଷୀମାନେ କୌଣସି ସୁବିଧା ସୁଯୋଗ ପାଉ ନାହାନ୍ତି। ଏହି କୃଷି ସମବାୟ ସମିତି ଉପରେ ସ୍ଥାନୀୟ ୩ଟି ପଞ୍ଚାୟତର ଚାଷୀ ନିର୍ଭର କରୁଥିବା ବେଳେ ସଠିକ୍ ସମୟରେ ସେମାନଙ୍କୁ ସାର ବିହନ ଆଦି ଯୋଗାଇ ଦିଆଯାଉନାହିଁ। ପ୍ରକୃତ ଚାଷୀଙ୍କୁ ଉପେକ୍ଷା କରାଯାଇ ନକଲି ଚାଷୀଙ୍କୁ ଋଣ ଦିଆଯାଇଛି।

ଏଥିସହିତ ବିଭିନ୍ନ ସମୟରେ ଚଞ୍ଚକତା କରି ଚାଷୀ ମାନଙ୍କ ନାମରେ ଋଣ ଉଠାଯାଇ ଆତ୍ମସାତ କରାଯାଇଥିବା ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି। ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମବାୟ ସମିତିର ମୁଖ୍ୟ ନିର୍ବାହୀ ଅଧିକାରୀ।

Leave A Reply

Your email address will not be published.