ଭୁବନେଶ୍ୱର: କେତେ ଆଗେଇଛି ଏକାମ୍ର କ୍ଷେତ୍ର ଯୋଜନାର କାମ ? ସୌନ୍ଦର୍ଯ୍ୟକରଣ କେତେ ହୋଇଛି ? ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ୍ । ସକାଳୁ ସକାଳୁ ସେ ଏକାମ୍ର କ୍ଷେତ୍ରରେ ପହଞ୍ଚିଥିଲେ । ଉନ୍ନୟନମୂଳ ଓ ବିକାଶ କାମର ଅନୁଧ୍ୟାନ କରିଥିଲେ । ତାଙ୍କ ସହ ଥିଲା ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।
ଏକାମ୍ର କ୍ଷେତ୍ର ଯୋଜନାରେ ଚାଲିଥିବା କାମ ଅଗ୍ରଗତିର ସମୀକ୍ଷା ସହ ସୌନ୍ଦର୍ଯ୍ୟକରଣ ଯୋଗୁ ଉଚ୍ଛେଦ ହୋଇଥିବା ଦୋକାନୀଙ୍କ ଥଇଥାନ କାମକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ ଟି ସଚିବ । ଶୀଘ୍ର ବିକଳ୍ପ ରାସ୍ତାର ବିକାଶ ଓ ଆବର୍ଜନା ସଫା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ପରିସରକୁ ଯାଇଥିଲେ । ଏକାମ୍ର କ୍ଷେତ୍ର ଯୋଜନାରେ ଚାଲିଥିବା ବିକାଶମୂଳକ ଓ ସୌନ୍ଦର୍ଯ୍ୟକରଣ କାମର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ।
BREAKING NEWS
- ଭଦ୍ରାମୀ ଓ ସଂଯମତା ଭୁଲି ଯାଉଛନ୍ତି ବିଜେପି ନେତା: ବିଜେଡି
- ବିଜେପିକୁ ଆଶୀର୍ବାଦ କଲେ କୁଚିଣ୍ଡା ଆହୁରି ୨୦ ବର୍ଷ ପଛକୁ ପଳେଇବ: ପାଣ୍ଡିଆନ
- ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର: ନବୀନ ପଟ୍ଟନାୟକ
- ଖଲ୍ଲିକୋଟ ନିର୍ବାଚନୀ ହିଂସା, ଗିରଫ ସଂଖ୍ୟା ୧୧କୁ ବୃଦ୍ଧି
- ଆସନ୍ତାକାଲି ପୁଣି ଭୁବନେଶ୍ୱରରେ ରୋଡ ସୋ’ କରିବେ ନବୀନ, ଜାରି ହେଲା ଟ୍ରାଫିକ କଟକଣା
- ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ନିୟୋଜିତ ହେବେ ୩୩ ହଜାର ପୋଲିସ କର୍ମଚାରୀ
- ଆଣ୍ଡାମାନ ଛୁଇଁଲା ମୌସୁମୀ; ୩୧ ତାରିଖ ସୁଦ୍ଧା କେରଳ ଛୁଇଁବା ନେଇ ସମ୍ଭାବନା
- କିର୍ଗିଜସ୍ଥାନରେ ହିଂସାକାଣ୍ଡ: ଅନ୍ଧାର ଘରେ ଫସିରହିଛନ୍ତି ଭାରତୀୟ ଛାତ୍ରଛାତ୍ରୀ
- ଆରପାରିରେ ଆଇସକ୍ରିମ ମ୍ୟାନ ରଘୁନନ୍ଦନ କାମତ
- ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ୬ ଜିଲ୍ଲାକୁ ୩ ଘଣ୍ଟିଆ ୟେଲୋ ୱାର୍ଣ୍ଣିଂ