ନୂଆଦିଲ୍ଲୀ: ଭାରତରେ କ୍ୟାବ୍ ସର୍ଭିସ ପ୍ରୋଭାଇଡ୍ କରୁଥିବା କମ୍ପାନୀ ଓଲା ଖୁବ୍ ଶୀଘ୍ର ୪ ଚକିଆ ଗାଡି ଲଞ୍ଚ କରିବାକୁ ଯାଉଛି । ଯାହାର ପ୍ରଥମ ଝଲକ ଦେଖିବାକୁ ମିଳିଛି । ୪ ଚକିଆ ଗାଡି ଦ୍ବାରା ସେ ନିଜର ବଜାର ଆହୁରି ବିସ୍ତାର କରିବାକୁ ଚାହୁଁଛି । ଇଲେକ୍ଟ୍ରିକ୍ କାର ସାହାଯ୍ୟରେ ଓଲା ଛୋଟ ଛୋଟ ସହରରେ ପହଞ୍ଚିବାକୁ ଯୋଜନା ରଖିଛି । ଭବିଷ୍ୟତକୁ ଲକ୍ଷ୍ୟ କରି ଓଲା ଭଲ ପ୍ରଡକ୍ଟ ଲଞ୍ଚ କରିବାକୁ ଚିନ୍ତା କରୁଛି ।
ଓଲାର ୪ ଚକିଆ ଗାଡି ଅନ୍ୟ ଇଲେକ୍ଟ୍ରିକ୍ କାର ସହ ଟକ୍କର ଦେବ ବୋଲି କୁହାଯାଉଛି । ବାଜାଜ ୱେଟ୍ ଇଲେକ୍ଟ୍ରିକ୍, ମହିନ୍ଦ୍ରା ଅଟୋମ ଇଲେକ୍ଟ୍ରିକ୍, ଟାଟା ଓ ଟିଭିଏସ୍ ୪ ଚକିଆ ଗାଡି ସହ ଓଲା କାରର କଡା ଟକ୍କର ହେବ । ଏହା ପୂର୍ବରୁ ଶୀଘ୍ର ଓଲା ସ୍କୁଟର ଲଞ୍ଚ କରିବ ବୋଲି ମଧ୍ୟ ଘୋଷଣା କରିଥିଲା ଓଲା । ଆସନ୍ତାବର୍ଷ ଜାନୁଆରୀରେ ଓଲାର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ ହେବ । ଏଥିପାଇଁ ଓଲା ନେଦରଲାଣ୍ଡ କମ୍ପାନୀ Etergo BV ସହ ଅଧିଗ୍ରହଣ କରିଛି । ଓଲାର ମ୍ୟାନୁଫେକ୍ଚର ପ୍ଲାଣ୍ଟ ଭାରତରେ ହିଁ ହେବ । ଲୋକେ ମେଡ୍ ଇନ୍ ଇଣ୍ଡିଆ ଇଲେକ୍ଟ୍ରିକ୍ ସ୍କୁଟରର ମଜା ନେବେ । ଏହି ସ୍କୁଟର ଥରେ ଚାର୍ଜ କଲେ ୨୪୦ କିଲୋମିଟର ଚାଲିବ ବୋଲି ଦାବି କରିଛି ଓଲା ।
Comments are closed.