ଭୁବନେଶ୍ୱର: ଆଜିଠୁ ରାଜ୍ୟର ୫ଟି ଜିଲ୍ଲାରେ ଆରମ୍ଭ ହେଉଛି ଇକୋ ରିଟ୍ରିଟ । କଟକ, କନ୍ଧମାଳ, କେନ୍ଦ୍ରାପଡ଼ା, ପୁରୀ ଓ ସମ୍ବଲପୁରରେ ହେବ ଇକୋ ରିଟ୍ରଟ କାର୍ୟ୍ୟକ୍ରମ । ମଙ୍ଗଳବାର ଚାଷୀଙ୍କ ଭାରତ ବନ୍ଦ ଡାକରା ଯୋଗୁଁ ଏହି କାର୍ଯ୍ୟକ୍ରମ ସ୍ଥଗିତ ଥିଲା । ଇକୋ ରିଟ୍ରିଟକୁ ଭର୍ଟୁଆଲରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମିଲ ହେବେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପୁରୀ-କୋଣାର୍କ ରାମଚଣ୍ଡୀର କୁଶଭଦ୍ରା ନଦୀ ମୁହାଣ ନିକଟରେ ଆୟୋଜନ ହୋଇଛି ଇକୋ ରି-ଟ୍ରିଟ୍ । ୩ ମାସ ଧରି ଚାଲିବ । କୋଭିଡ୍ ଗାଇଡଲାଇନ ଅନୁଯାୟୀ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରି ଫେବୃଆରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ଏହି ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ ଚାଲିବ । ଚଳିତବର୍ଷ ୫୦ଟି କଟେଜରେ ପର୍ଯ୍ୟଟକ ରହିବାର ବ୍ୟବସ୍ଥା କରାଯାଇଛି ।
ଅନ୍ୟ ୪ ସ୍ଥାନ ଭିତରକନିକା, ସାତକୋଶିଆ, ହୀରାକୁଦ ଓ ଦାରିଙ୍ଗିବାଡ଼ିରେ ପର୍ୟ୍ୟଟକଙ୍କୁ ମିଳିବ ଇକୋ ରିଟ୍ରିଟ୍ ସୁବିଧା । ପର୍ଯ୍ୟଟକମାନେ ଅସ୍ଥାୟୀ ତମ୍ବୁ ତଳେ ପଞ୍ଚ ତାରକା ହୋଟେଲର ସୁବିଧା ପାଇବେ । ଖାଦ୍ୟପେୟ ସହ ବୁଲାବୁଲି । ଜଳକ୍ରୀଡ଼ା, ବୋଟିଂ ଓ ସାଂସ୍କୃତିକ କାର୍ୟ୍ୟକ୍ରମରେ ଝୁମିବେ ପର୍ଯ୍ୟଟକ । ଏଥିପାଇଁ ଭିନ୍ନ ଭିନ୍ନ ପ୍ୟାକେଜ ରହିଛି ।
BREAKING NEWS
- କିଏ ଜିତିବ କେନ୍ଦୁଝର ?
- ଭାରତରୁ ଧରାହେଲେ ଶ୍ରୀଲଙ୍କାର ୪ ISIS ଆତଙ୍କବାଦୀ, ବୋମା ପକାଇ ଉଡାଇ ଦେବାର ଦେଉଥିଲେ ଧମକ
- ଚମକାଇବ ଚମ୍ପୁଆ ଫଳ !
- ଓଲଟିପଡିଲା ପିକ୍ଅପ୍ ଭ୍ୟାନ୍:୧୭ମୃତ,୮ଗୁରୁତର ଆହତ
- ସମ୍ବଲପୁର ଗଣିତ ଗୋଳମାଳ !
- ପଲସରକୁ ଧକ୍କା ଦେଲା ହାଇଓ୍ବା; ଚାଲିଗଲା ପରିବାରର ୪ ଜୀବନ
- ‘ରାଜନୀତି କରିବା କି କ୍ଷମତା ପାଇଁ ଆସି ନାହାଁନ୍ତି ମୁଖ୍ୟମନ୍ତ୍ରୀ,ସେ ଆସିଛନ୍ତି ଲୋକଙ୍କ ସେବା କରିବା ପାଇଁ’
- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ; ବାଜ୍ୟାପ୍ତି ହେଲା ଏସସିଓଙ୍କ ସମ୍ପତ୍ତି
- ରତ୍ନଭଣ୍ଡାର ଚାବି ଓଡ଼ିଶାରେ ନାହିଁ, ତାମିଲନାଡୁ ପଳାଇଛି:ମୋଦି
- ବରଗଡରେ ଅଟୋଚାଳକଙ୍କୁ ହତ୍ୟା, ବ୍ୟକ୍ତିଗତ କହିଲେ ମୁଖ୍ୟ ନିର୍ବଚନୀ ଅଧିକାରୀ