Latest Odisha News

BREAKING NEWS

ପୁଲଓ୍ୱାମାରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଲୱାମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଜଣ ଆତଙ୍କବାଦୀ । ତେବେ ସେମାନଙ୍କର ପରିଚୟ ମିଳି ପାରି ନାହିଁ । ଆଉ କିଛି ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ୍।

ପୁଲୱାମାର ଟିକନ ଅଞ୍ଚଳରେ ଆତଙ୍କାବାଦୀ ଲୁଚିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ଆରମ୍ଭ ହୋଇଥିଲା ଅପରେସନ୍ । ସୁରକ୍ଷାକର୍ମୀଙ୍କୁ ଦେଖି ଗୁଳି ଚଳାଇଥିଲେ ଆତଙ୍କୀ । ପାଟଲା ଜବାବରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାପରେ ସୁରକ୍ଷାକର୍ମୀ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛନ୍ତି ।

Leave A Reply

Your email address will not be published.