Latest Odisha News

BREAKING NEWS

କୋକେନ ରଖିବା ଅଭିଯୋଗରେ ଅରବାଜଙ୍କ କମ୍ପାନୀର ମେକଅପ ଡିଭିଜନ ମୂଖ୍ୟ ଗିରଫ

ମୁମ୍ବାଇ: ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)କୁ ଗୁରୁବାର ବହୁତ ବଡ ସଫଳତା ହାତ ଲାଗିଛି । ବଲିଉଡର ନାମି ଦାମୀ ମେକଅପ ଆର୍ଟିଷ୍ଟ ତଥା ହେୟାର ଷ୍ଟାଇଲର ସୁରଜ ଗୋଦାମ୍ବେଙ୍କୁ କୋକେନ ସହ ଗିରଫ କରିଛି । ଅରବାଜ ଖାଁ ପ୍ରାଇଭେଟ ଲିମିଟେଡର ମେକଅପ ଡିଭିଜନ ମୂଖ୍ୟ ଥିଲେ ଆକାଶ । ଏନସିବି ଅରବାଜ ଓ ବରୁଣ ଶର୍ମାଙ୍କୁ ମଧ୍ୟ ପଚରାଉଚରା କରୁଛି । ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡ ମୀରା ଟାୱାର ନିକଟରେ ୨ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୧୬ ପ୍ୟାକେଟ କୋକେନ ଓ ୫୬ ହଜାର ଟଙ୍କା କ୍ୟାଶ ଜବତ କରାଯାଇଛି । ସୁରଜ ଏହି କୋକେନ ସେମାନଙ୍କ ନିକଟରୁ ରିିସିଭ କରିଥିଲେ ।

ଜବତ ହୋଇଥିବା କୋକେନକୁ ମାଲାନା କ୍ରିମ କୁହାଯାଏ । ଅନ୍ତର୍ଜାତୀୟ ମାର୍କେଟରେ ଏହାର ମୂଲ୍ୟ କିଲୋ ପିଛା ୪୦ରୁ ୫୦ ଲକ୍ଷ ଟଙ୍କା । ଏନସିବିର ଜନୈକ ଅଧିକାରୀଙ୍କ ମତରେ ଆମେ ମୁମ୍ବାଇ ଡ୍ରଗ୍ସ ସପ୍ଲାୟର୍ସର ପୁରା ଚେନକୁ କାବୁ କରିବାରେ ସଫଳ ହୋଇଛୁ । ଆଗକୁ ବହୁତ କିଛି ତଥ୍ୟ ସାମ୍ନାକୁ ଆସିବ ।

Comments are closed.