Latest Odisha News

BREAKING NEWS

ଭାରତର ନାଭଆଇସିକୁ ଆଇଏମଓ ମାନ୍ୟତା

ନୂଆଦିଲ୍ଲୀ:ଭାରତ ଦ୍ୱାରା ସମ୍ପୂର୍ଣ୍ଣ ନିଜସ୍ୱ ଜ୍ଞାନକୌଶଳରେ ପ୍ରସ୍ତୁତ ନାଭଆଇସିକୁ ଇଂଟରନ୍ୟାଶନାଲ ମାରୀଟାଇମ ଓର୍ଗାନାଇଜେଶନ (ଆଇଏମଓ) ମାନ୍ୟତା ମିଳିଛି । ଫଳରେ ଆମେରିକା, ରୁଷିଆ ଓ ଚୀନ ସହିତ ଭାରତ ସମକକ୍ଷ ହୋଇପାରିଛି । ଆମେରିକା ଜିପିଏସ ପ୍ରସ୍ତୁତ କରିଥିବା ବେଳେ ରୁଷରେ ଗ୍ଲୋନେସ ଓ ଚୀନରେ ବେଇଦାଉ ନାଭିଗେଶନ ସିଷ୍ଟମ ପ୍ରସ୍ତୁତ କରିସାରିଛି ।

ଇସ୍ରୋ ଇଣ୍ଡିଆନ ରିଜିଓନାଲ ନାଭିଗେଶନ ସାଟେଲାଇଟ ସିଷ୍ଟମ (ଆଇଆରଏନଏସଏସ) ନାଭଆଇସିକୁ ବିକଶିତ କରିଥିଲା । ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଏହା ସଠିକ୍ ରିପୋର୍ଟ ପ୍ରଦାନ କରିବ । ନାଭଆଇସିକୁ ସବୁଜ ସଙ୍କେତ ମିଳିଥିବାରୁ ଏବେ ଏହାକୁ ଭାରତ ସମସ୍ତ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ।

Leave A Reply

Your email address will not be published.