Latest Odisha News

BREAKING NEWS

ମ୍ୟୁଜିକ୍ ଭିଡିଓ ‘ଫେରିଆ’ ଉନ୍ମୋଚିତ

ଭୁବନେଶ୍ୱର : ଆଗକୁ ଆସୁଛି ନୂଆବର୍ଷ । ଏହି ଅବସରରେ ଦର୍ଶକଙ୍କୁ ସୁନ୍ଦର ମ୍ୟୁଜିକ୍ ଭିଡିଓ ‘ଫେରିଆ’ ଭେଟି ଦେବାକୁ ଯାଉଛି ଶୁଭମ୍ ମ୍ୟୁଜିକ୍ । ଏହାର ମ୍ୟୁଜିକ୍ ଭିଡିଓର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବମ୍ବେର ପୂର୍ବତନ ପୋଲିସ କମିଶନର ତଥା ବିଜେଡି ନେତା ଅରୂପ ପଟ୍ଟନାୟକ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଲିଉଡ୍‌ର ଖ୍ୟାତନାମା ସାଉଣ୍ଡ ଇଞ୍ଜିନିୟର ସୁବାସ ସାହୁ, ବମ୍ବେ ଓଡ଼ିଆ ମହାସଂଘର ସାଧାରଣ ସମ୍ପାଦକ ଡ. ସୁରେନ୍ଦ୍ର ମହାପାତ୍ର,  ଶୁଭମ୍ ମ୍ୟୁଜିକ୍‌ର ପ୍ରଯୋଜକ ପ୍ରଦୀପ ସାହୁ, ଅଭିନେତ୍ରୀ
ରାମେଶ୍ୱରୀ ରାଓ, ଚଳଚ୍ଚିତ୍ର ପ୍ରଯୋଜକ ଇଂ ଆଶୁତୋଷ ମହାପାତ୍ର, ନିର୍ଦ୍ଦେଶକ ବିଶ୍ୱନାଥ ପଟ୍ଟନାୟକ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ସୁଶାନ୍ତ ମହାନ୍ତି ଓ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ  ।

ଏହି ମ୍ୟୁଜିକ୍ ଭିଡିଓରେ ଲୋକପ୍ରିୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ କଣ୍ଠଦାନ କରିଛନ୍ତି । ଅନ୍ତରାଙ୍କ ସହିତ କଣ୍ଠଦାନ କରିଛନ୍ତି ନୂଆପିଢ଼ିର ଯୁବ କଣ୍ଠଶିଳ୍ପୀ ସୁଶାନ୍ତ ମହାନ୍ତି । ଗୀତ ରଚନା ସହ ଏହାକୁ ସଂଗୀତରେ ସଜେଇଛନ୍ତି ସଂଗୀତ ନିର୍ଦ୍ଦେଶକ କାଶ୍ୟପ । ବମ୍ବେର ବିଶିଷ୍ଟ କ୍ୟାମେରାମ୍ୟାନ
ବିଶ୍ୱନାଥ ପଟ୍ଟନାୟକ ଏହି ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି । ଭିଡିଓରେ ଅଭିନୟ କରିଛନ୍ତି ସମ୍ଭବ ମାନସିଂହ ଓ କୁକି ।

ଏହି ମ୍ୟୁଜିକ୍ ଭିଡିଓକୁ ଦର୍ଶକ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଏହାର ନିର୍ଦ୍ଦେଶକ ଓ ପ୍ରଯୋଜକ ।

 

Comments are closed.