ପୁରୀ: ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଦୀର୍ଘ ୯ମାସ ଧରି ତିନି ଠାକୁରଙ୍କ ଦର୍ଶନ ଟିକେ ପାଇବା ପାଇଁ ଚାହିଁ ରହିଥିବା ଭକ୍ତଙ୍କ ମନଖୁସି ହେଲା ପରି ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକ ପରେ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, ମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ସରକାରଙ୍କ ଅନୁମତି ମିଳିବା ପରେ ଶ୍ରୀମନ୍ଦିର ଖୋଲାଯିବ। ଦର୍ଶନ ଆରମ୍ଭ ପରେ ବି କଟକଣା ଜାରି ରହିବ ।
ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲେ ହେଁ ପ୍ରଥମ ୪ରୁ ୫ ଦିନ କେବଳ ପୁରୀ ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ଜାନୁଆରୀ ୧ ଏବଂ ୨ ତାରିଖରେ ଭିଡ ହେଉଥିବାରୁ ଦର୍ଶନ ବନ୍ଦ ରହିବ। ୩ ତାରିଖ ଠାରୁ ସାଧାରଣ ଦର୍ଶନ ଆରମ୍ଭ କରାଯିବ । ପ୍ରଥମ ସପ୍ତାହରୁ ୫ ଭକ୍ତଙ୍କୁ ଦର୍ଶନ ପାଇଁ ମିଳିବ ଅନୁମତି । ଏହାର ପର ସପ୍ତାହରୁ ୧୦ ହଜାର ଭକ୍ତଙ୍କୁ ମିଳିବ ଅନୁମତି ମିଳିବ ବୋଲି ଜଣାପଡିଛି । ଆନନ୍ଦବଜାରରେ ଅବଢା ବିକ୍ରି ହେବ । ରାତି ୧୧ଟା ଯାଏଁ ମନ୍ଦିର ଖୋଲା ରହିବ ।
ସେପଟେ ଆଇକାର୍ଡ ଦେଖାଇଲେ ସେବାୟତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ । ଏଥି ସହ କୋଭିଡ କଟକଣାକୁ ବି କଡାକଡି କରାଯିବ । ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ ରହିବ । ସାମାଜିକ ଦୂରତା ନିୟମକୁ ବି ପାଳନ କରାଯିବ । ଠାକୁରଙ୍କ ପାଇଁ ଭକ୍ପାତମାନେ ଆଣୁଥିବା ଫଉଲ ଓ ଦୀପ ଉପରେ କଟକଣା ଜାରି ହେବ । ମନ୍ଦିର ଭିତରେ ଓ ବାହାରରେ ଲାଇନରେ ଭକ୍ତଙ୍କୁ ଭିତରକୁ ଛଡାଯିବ । ଏ ନେଇ ଏକ ଏସ୍ଓପି ଜାରି କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
Comments are closed.