Latest Odisha News

BREAKING NEWS

FICCI ସମ୍ମିଳନୀ; କୃଷି ଆଇନକୁ ନେଇ କଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୯୩ ତମ ବାର୍ଷିକ ସାଧାରଣ ସଭା (ଏଜିଏମ୍) ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ର ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣ ସମୟରେ ସରକାର କୃଷି ଆଇନ ପ୍ରତ୍ୟାହାର କରିବେ ନାହିଁ ବୋଲି ସୂଚାଇ ଦେଇଛନ୍ତି। ଏହାସହିତ ମୋଦୀ ତାଙ୍କ ସମ୍ବୋଧନରେ କରୋନା ଟିକା, କୃଷି ସଂସ୍କାର, ଗ୍ରାମାଞ୍ଚଳ ଭାରତ ଏବଂ ଶିଳ୍ପପତିଙ୍କ ପୁଞ୍ଜି ନିବେଶ ବିଷୟରେ କହିଥିଲେ।

ପିଏମ ମୋଦୀ କହିଛନ୍ତି ଗତ କିଛି ମାସ ମଧ୍ୟରେ ଭାରତ କିପରି ଭାବରେ ମିଳିତ ଭାବରେ କାର୍ଯ୍ୟ କରିଛି, ନୀତି ଆପଣେଇଛି, ନିଷ୍ପତ୍ତି ନେଇଛି, ସ୍ଥିତିକୁ ଆହୁରି ସୁଦୃଢ କରିଛି। ଏହା ଦେଖି ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଭାରତ ନିଜ ନାଗରିକଙ୍କ ଜୀବନକୁ ଅଧିକ ପ୍ରାଧାନ୍ୟ ଦେଇ ଅଧିକରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇପାରିଛି।

କୃଷକ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନୂତନ କୃଷି ଆଇନ ବିନିଯୋଗ ପାଇଁ ରାସ୍ତା ଖୋଲିବ।  ଯାହା କୃଷକମାନଙ୍କୁ ଡିଜିଟାଲ୍ ପ୍ଲାଟଫର୍ମରେ ଫସଲ ବିକ୍ରୟ ଏବଂ କ୍ରୟ କରିବାର ବିକଳ୍ପ ପ୍ରଦାନ କରୁଛି।

Leave A Reply

Your email address will not be published.